ଦୁଃଖୁଙ୍କ ଶବସତ୍କାର କଲେ ସତ୍ୟ ସାଇ ସେବା ସଂସ୍ଥାର ସ୍ୱେଚ୍ଛାସେବୀ

0 568

ବୌଦ୍ଧ,୩୧/୧୨ – ଦୁଃଖୁ ମହାଲିକ ଦେଉଳି (ମନମୁଣ୍ଡା) ଅଂଚଳର ଜଣାଶୁଣା ନାଁ ଟିଏ l ଦୁଃଖୁର ଘର କେଉଁଠି କାହାକୁ ଜଣା ନାହିଁ କିନ୍ତୁ ଦୀର୍ଘ ୧୫ ବର୍ଷ ହେଵ ଦେଉଳି ଅଂଚଳରେ ରହି ବିଭିନ୍ନ ଲୋକ,ଅଫିସରଙ୍କ ଘରେ ଓ ହୋଟେଲ ମାନଙ୍କରେ ପିଇବା ପାଣି ଯୋଗାଇ ଦେଇ ଲୋକଙ୍କ ଜଳ କଷ୍ଟ ଦୁର କରୁଥିବାରୁ ସେଥିପାଇଁ ସେ ଦେଉଳି ଅଂଚଳରେ ସମସ୍ତଙ୍କ ପ୍ରିୟଭାଜନ ହୋଇ ପାରିଥିଲେ। ପରିଣତ ବୟସରେ ବୋୖଦ୍ଧ ସଦର ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ବୁଧବାର ଦିନ ସେ ମୃତ୍ୟୁବରଣ କରି ଥିଲେ । ତାଙ୍କ ମୃତ୍ୟୁ ଅନ୍ତେ ଅନ୍ତିମ ସଂସ୍କାର ପାଈଁ ଅଣ୍ଟା ଭିଡିଥିଲା ବୋୖଦ୍ଧ ସ୍ଥିତ ସତ୍ୟସାଇ ସେଵା ସଙ୍ଗଠନ। ସଙ୍ଗଠନ ର ଜିଲ୍ଲା ସଭାପତି ଡାକ୍ତର ପ୍ରିୟଵ୍ରତ ବେହେରାଙ୍କ ସମେତ ସ୍ୱେଚ୍ଛାସେବୀ କୃଷ୍ଣ ଗୋବିନ୍ଦ ମହାପାତ୍ର, ମନୋରଞ୍ଜନ ମହାକୁଡ଼, ପୁରନ୍ଦର କର୍ମୀ, କେଶବ ବେହେରା, ସାଇ ଆକାଶ, ରିତେଶ ମହାପାତ୍ର ଆଦି ଶବ ସତ୍କାର କାର୍ଯ୍ୟ କରିଥିଲେ । ସତ୍ୟସାଇ ସେଵା ସଙ୍ଗଠନ ପୁର୍ଣ୍ଣ ମର୍ଯ୍ୟାଦାର ସହିତ ହିନ୍ଦୁ ରୀତିନୀତି ଅନୁଯାୟୀ ଦୁଃଖୁଙ୍କ ଅନ୍ତିମ ଶବ ସତ୍କାର କରିଥିବାରୁ ଜନସାଧାରଣରେ ସ୍ବାଗତ କରାଯାଇଛି |

hiranchal ad1
Leave A Reply

Your email address will not be published.

15 + nineteen =