ସରକାରଙ୍କ ନିୟମକୁ ଅବମାନନା ଘରୋଇ ରିସୋର୍ଟରେ ପାଳନ ହେଲା ଜିରୋନାଇଟ୍‌ ସେଲିବ୍ରେସନ୍‌

0 411

ବାଲିଗୁଡ଼ା/ଦାରିଙ୍ଗବାଡ଼ି,୧/୧: ରାଜ୍ୟ ସରକାର କରୋନା କଟକଣା ପାଇଁ ସାରା ରାଜ୍ୟରେ ଜାକଜମକରେ ଜିରୋ ନାଇଟ ପାଳନ ନକରି ଘରେ ପାଳନ କରିବାକୁ ନିର୍ଦ୍ଦେଶ ଦେଇଥିବାବେଳେ ଦାରିଙ୍ଗବାଡ଼ି ବ୍ଲକ୍‌ କିରୀକୁଟି ଠାରେ ଥିବା ପାନାସିଆ ଇକୋ ରିସର୍ଟ ଯାହା ଏମୁ ପକ୍ଷୀ ପାର୍କ ଭାବରେ ଜଣାଶୁଣା । ସେଠାରେ ଗତକାଲି ଜିରୋନାଇଟ ପାଳନ ହୋଇଥିବା ଏକ ଭିଡିଓ ଏବେ ଭାଇରାଲ୍‌ ହୋଇଛି । ଜିରୋ ନାଇଟ୍‌ ପାଳନ ହେଉଥିବା ଖବରପାଇ ଦାରିଙ୍ଗବାଡ଼ି ପୁଲିସ ପହଞ୍ଚି ଜିରୋ ନାଇଟ ସେଲିବ୍ରସନ ବନ୍ଦ କରିଥିବା ଜଣାପଡ଼ିଛି । ଏଠି ପ୍ରଶ୍ନ ଉଠୁଛି ସରକାର କୋଭିଡ୍‌ କଟକଣା ଯୋଗୁଁ ରାଜ୍ୟବାସୀଙ୍କୁ ଘରେ ରହି ଜିରୋନାଇଟ୍‌ ପାଳନ କରିବାପାଇଁ ନିବେଦନ କରିଥିବା ବେଳେ ସମ୍ପୃକ୍ତ ଘରୋଇ ରିସୋର୍ଟ ମାଲିକ ଏହାକୁ ଅବମାନନା କିଭଳି କରିପାରିଲେ । ଏହି ଘଟଣାର ତଦନ୍ତ କରାଯିବା ସହ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଆବଶ୍ୟକ ବୋଲି ସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

two × four =