ଲୁହାରେକ୍‌ ଖସି କନେଷ୍ଟବଳ ମୃତ

0 3,587

ବୌଦ୍ଧ,୧/୧ – ନୂତନ ବର୍ଷରେ ଆଜି ଏକ ଦୁଃଖଦ ଘଟଣା ଘଟିଛି । ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଥିବା ଇ.ଭି.ଏମ. ଷ୍ଟ୍ରଙ୍ଗ ରୁମରେ କାର୍ଯ୍ୟରତ ଜଣେ ଯବାନଙ୍କ ଉପରେ ଗୋଟିଏ ଲୁହା ରେକ୍‌ ମାଡି ବସିବାରୁ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଇ.ଭି.ଏମ. ଷ୍ଟ୍ରଙ୍ଗ ରୁମରେ ପ୍ରହରା ଦେଉଥିବା ଓ.ଏ.ପି.ଆର. ଯବାନ ପ୍ରକାଶ ଭୋଇ କାର୍ଯ୍ୟରତ ଥିବାବେଳେ ଆଜି ଭୋର ସମୟରେ ବାରଣ୍ଡା ଉପରକୁ ଉଠିବା ବେଳେ ସେଠାରେ ଥିବା ଗୋଟିଏ ଲୁହା ରେକ୍‌ ଉପରେ ଭାରା ଦେଇଥିଲେ । ଦୁର୍ଭାଗ୍ୟକୁ ତାଙ୍କ ଉପରେ ରେକ୍‌ ମାଡି ବସିବାରୁ ସେ ଗୁରୁତର ଆହତ ହୋଇଥିଲେ । ଅନ୍ୟ ସହକର୍ମୀମାନେ ତାଙ୍କୁ ତୁରନ୍ତ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କର ଶବ ବ୍ୟବଚ୍ଛେଦ ପରେ ପରିବାରକୁ ହସ୍ତାନ୍ତର କରାଯାଇଥିଲା । ତାଙ୍କ ନିଜ ଘର କଣ୍ଟାମାଳ ବ୍ଲକ ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତର ଡଙ୍ଗାଝୋଲ ଗ୍ରାମରେ ବୋଲି ଜଣାପଡିଛି ।

hiranchal ad1
Leave A Reply

Your email address will not be published.

sixteen − 2 =