ମାଝୀପଡା ପ୍ରାଥମିକ ବିଦ୍ୟାଳୟରେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ

0 67

hiring


କଣ୍ଟାବାଞ୍ଜି (ହିଁ. ପ୍ର )- ତୁରୀକେଲା ବ୍ଲକ ଅନ୍ତର୍ଗତ ମାଂଝୀ ପଡା ପ୍ରାଥମିକ ବିଦ୍ୟାଳୟ ପରିସର ରେ ଲୌହ ପୁରୁଷ ସର୍ଦାର ବଲ୍ଲଭ ଭାଇ ପଟେଲ ଙ୍କ 146 ତମ ଜୟନ୍ତୀ ଉପଲକ୍ଷେ ରାଷ୍ଟ୍ରୀୟ ଏକତା ଦିବସ ପାଳିତ ହୋଇଯାଇଛି । ବିଦ୍ୟାଳୟ ପ୍ରଧାନ ଶିକ୍ଷକ ପ୍ରକୃତି ବନ୍ଧୁ ବିରଞ୍ଚି ନାରାୟଣ ଦାସଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅତିଥି ଭାବେ ଶିକ୍ଷକ ଥମିର ଛତ୍ରିଆ, ରମେଶ ବାରିକ ଯୋଗ ଦେଇଥିଲେ । ସର୍ବ ପ୍ରଥମ ଲୌହ ପୁରୁଷଙ୍କ ଫଟୋରେ ପୁଷ୍ପ ମାଳା ଅର୍ପଣ କରି ଧୂପ ଦେଇ ଦେଶକୁ ଏକତା ଓ ଅଖଣ୍ଡତାର ସୂତ୍ରରେ ବାନ୍ଧି ରଖିବା ପାଇଁ ଶପଥ ଗ୍ରହଣ କରାଗଲା । କରୋନା କଟକଣା ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଇଁ ଏହି କାର୍ଯ୍ୟକ୍ରମକୁ whatsapp ଗ୍ରୁପ ମାଧ୍ୟମ ରେ ଜଣାଇବା ସଙ୍ଗେସଙ୍ଗେ ଭାରତ ବର୍ଷର ଏକତା ଓ ଅଖଣ୍ଡତାକୁ ରକ୍ଷା କରିବାପାଇଁ ଅନୁରୋଧ କରିଛନ୍ତି ପ୍ରଧାନ ଶିକ୍ଷକ l

hiranchal ad1
Leave A Reply

Your email address will not be published.

4 + eleven =