ରୋହିତ କୁମାର ଦାସଙ୍କ ସ୍ମୁତିଚାରଣ କଲେ କର୍ମଚାରୀ

0 93

hiring

ଦାରିଙ୍ଗବାଡ଼ି,୩୧/୧୦: ଆରକେଡି କଂଷ୍ଟ୍ରକସନର ଏମଡି ରୋହିତ କୁମାର ଦାସ ଗତ ୧୭ ତାରିଖ ଦିନ ମୃତ୍ୟୁ ବରଣ କରିଥିବା ବେଳେ ଦାସଙ୍କ ଶୁଦ୍ଧିକ୍ରିୟା ଅବସରରେ ଦାରିଙ୍ଗବାଡ଼ି ଆରକେଡି କଂଷ୍ଟ୍ରକସନ କ୍ୟାମ୍ପର କର୍ମଚାରୀଙ୍କ ପକ୍ଷରୁ ବୁଧବାର ଦିନ ସ୍ମୃତିଚାରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ରୋହିତ କୁମାର ଦାସ ଜଣେ ପରୋପକାରୀ ତଥା ଜଣେ ଭଲ ବ୍ୟକ୍ତି ବିଶେଷ ରହିଥିଲେ । ଏଭଳିକି କର୍ମଚାରୀଙ୍କ ପ୍ରତି ତାଙ୍କର ବ୍ୟବହାର ମଧ୍ୟ ବହୁତ ଉତ୍ତମ ଥିଲା ବୋଲି କର୍ମଚାରୀମାନେ ମନେପକାଇ ଶୋକବ୍ୟକ୍ତ କରିଥିଲେ । ଏହି ସ୍ମୃତିଚାରଣ କାର୍ଯ୍ୟକ୍ରମକୁ ପ୍ରୋଜେକ୍ଟ ମ୍ୟାନେଜର ପଞ୍ଚାନନ ଦାସ, ଏକାଉଟାଣ୍ଟ କମଳାକାନ୍ତ ମଳିକ,କ୍ୟାମ୍ପ କାର୍ଯ୍ୟକାରୀ ଅଧିକାରୀ ଉତ୍ତମ ପଟନାୟକ ପ୍ରମୁଖ ଏହାକୁ ପରିଚାଳନା କରିଥିବା ବେଳେ କ୍ୟାମ୍ପର କର୍ମଚାରୀମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + three =