ଦାରିଙ୍ଗବାଡ଼ିରେ ପୁଣି ଜନନୀ ଯନ୍ତ୍ରଣା ଯନ୍ତ୍ରଣାରେ ଛଟପଟ ପ୍ରସୂତୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବାରୁ ଯନ୍ତ୍ରଣାରେ ଘରକୁ ଫେରିଲେ ପ୍ରସୂତୀ ! ରାସ୍ତାରେ ପ୍ରସବ,ନବଜାତ ଶିଶୁ ମୃତ

0 76

ଦାରିଙ୍ଗବାଡ଼ି,୩୧/୧୦: ଦାରିଙ୍ଗବାଡ଼ି ବ୍ଲକରେ ପୁଣି ଥରେ ଆଜି ଜନନୀ ଯନ୍ତ୍ରଣା ଦେଖିବାକୁ ମିଳିଛି l ଜଣେ ପ୍ରସୂତୀ ପ୍ରସବ ପାଇଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆସିଥିବା ବେଳେ ଡାକ୍ତର ଖାନାରେ ଡାକ୍ତର ନଥିବାରୁ ପ୍ରସବ ନେହବା କାରଣରୁ ଅର୍ଥ ଅଭାବରୁ ଯନ୍ତ୍ରଣାରେ ଛଟ ପଟ ହୋଇ ଘରକୁ ଫେରୁଥିବା ସମୟରେ ଅଧା ବାଟରେ ଅଟୋ ଭିତରେ ପ୍ରସବ କରିଥିବା ବେଳେ ନବଜାତକ ଶିଶୁ ଟି ମୃତ୍ୟ ବରଣ କରିଥିବା ଭଳି ଅଭାବନୀୟ ଘଟଣା ଘଟିଥିବା ନେଇ ଅଭିଯୋଗ ହୋଇଛି l
ଏହିଭଳି ଏକ ଘଟଣା ଦେଖିବାକୁ ମିଳିଛି ଦାରିଙ୍ଗବାଡ଼ି ବ୍ଲକ ପର୍ତ୍ତମହା ପଂଚାୟତ ଅନ୍ତର୍ଗତ ପାଡେଲମାଲା ଗ୍ରାମରେ । ପାଡେଲମାଲା ଗ୍ରାମର ସୁଜାତା ପ୍ରଧାନ ଅସହ୍ୟ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଗାଁ ଠାରୁ ଦୀର୍ଘ ୨୫ କିଲୋମିଟର ଦୂରରୁ ଅଟୋ ଯୋଗେ ଆସି ଦାରିଙ୍ଗବାଡ଼ି ମେଡିକାଲରେ ପହଞ୍ଚିଥିଲେ । ତେବେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାକ୍ତର ନଥିବା ନେଇ ଡାକ୍ତର ଖାନାର ଜଣେ କର୍ମଚାରୀ ଗର୍ଭବତୀ ମହିଳା ସୁଜାତାଙ୍କୁ କହି ଡାକ୍ତର ଖାନାରୁ ଫେରାଇ ଦେଇଥିବା ବେଳେ ସୁଜାତାଙ୍କୁ ବାଲିଗୁଡା ମେଡିକାଲ ନେବାକୁ କହିଥିଲେ କର୍ମଚାରୀ ଜଣକ କିନ୍ତୁ ସୁଜାତାଙ୍କ ପରିବାର ଗରିବ ଶ୍ରେଣୀର ହୋଇଥିବା ଯୋଗୁଁ ଟଙ୍କା ଅଭାବ ରୁ ପରିବାର ଲୋକେ ବାଲିଗୁଡା ମେଡିକାଲ କୁ ନେବାକୁ ସକ୍ଷମ ହୋଇନଥିଲେ । ଶେଷରେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁଜାତା ଅସହ୍ୟ ଯନ୍ତ୍ରଣାରେ ଛଟପଟ ହୋଇ ପରିବାର ଲୋକ ସହିତ ଏକ ଅଟୋ ଯୋଗେ ନିଜ ଘର ପାଡେଲମାଲା ଗ୍ରାମ କୁ ଫେରିଯାଉଥିବା ସମୟରେ ପର୍ତ୍ତମାହା ପଞ୍ଚାୟତ ସାରୁମାହା ନିକଟରେ ସୁଜାତା ଏକ ନବଜାତ ଶିଶୁ କୁ ଜନ୍ମ ଦେଇଥିଲେ । ହେଲେ ଶିଶୁ ଟି ଜନ୍ମ ହେବାପରେ ମୃତ୍ୟୁବରଣ କରିଥିଲେ । ଏନେଇ ଦାରିଙ୍ଗବାଡ଼ି ମେଡିକାଲ ଇନଚାର୍ଜ ଡାକ୍ତର ଜାକେଶ ସାମନ୍ତରାୟ ଙ୍କୁ ପଚାରିବାରୁ ସେ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ରେ ଡାକ୍ତର ଉପସ୍ଥିତ ରହିଥିବା କହିବା ସହିତ ସୁଜାତାଙ୍କ ପରିବାର ଲୋକଙ୍କୁ ଡାକ୍ତର ନାହାନ୍ତି ବୋଲି ଡାକ୍ତରଖାନାର କୋଉ କର୍ମଚାରୀ କହିଲେ ତାହାର ତଦନ୍ତ କରାଯାଇ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବ ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l

hiranchal ad1
Leave A Reply

Your email address will not be published.

18 − 15 =