ଘର ନଥିବାରୁ ଏ ଘରେ ସେ ଘରେ ରହୁଛନ୍ତି ନିତ୍ୟାନନ୍ଦ

0 141

ଫୁଲବାଣୀ : କନ୍ଧମାଳ ଜିଲ୍ଲାରେ ଦୀର୍ଘ ୭ବର୍ଷ ହେଲା ଘୁ.ଉଦୟଗିରି ବ୍ଲକ ରାଇକଲା ଗ୍ରାମପଞ୍ଚାୟତର ଖାରିଆପଡ଼ା(ଦେରିନାଜୁ)ରେ ବାସ କରୁଥିବା ନିତ୍ୟାନନ୍ଦ ପ୍ରଧାନ(ନିତେଇ)(୬୮)ଙ୍କ ଘର କିମ୍ବା ଜମିବାଡ଼ି ନଥିବା ହେତୁ ଏ ଘରେ ସେ ଘରେ ରହୁଛନ୍ତି । ପଞ୍ଚାୟତରେ ହେଉ ବା ବ୍ଲକରେ ହେଉ କେତେଥର ଆବେଦନ କରିଥିଲେ ମଧ୍ୟ ତାହାର କୌଣସି ଫଳପ୍ରଦ ହୋଇପାରି ନାହିଁ । କାହାକୁ କହିବି କାହାଣୀ ମୋର ବୋଲି ଚୁପ୍ ହୋଇ ବସିଛନ୍ତି । ନିତ୍ୟାନନ୍ଦଙ୍କର ନା ଅଛି ଚାଷ ଜମି ନା ଅଛି ଘରବାରି ନା ଅଛି ତାଙ୍କର ନିଜ ବଂଶର କୁଟୁମ୍ବ ଯାହାକୁ ନେଇ ମଧ୍ୟ ବାଛବିଚାର କରୁଛି ଲୋକପ୍ରତିନିଧି ବା ପ୍ରଶାସନ ।
ନିତ୍ୟାନନ୍ଦଙ୍କୁ ଖାଦ୍ୟ ଯୋଗାଣ ଯୋଜନାରୁ ଚାଉଳ ୩୫ କିଲୋଗ୍ରାମ ଓ ବାର୍ଦ୍ଧକ୍ୟ ଭତ୍ତା ଟ.୫୦୦ ଙ୍କା ମିଳୁଛି ସେଥିରେ ରହୁଥିବା ଘରେ ଦେଇ ନିଜର ଜୀବନ ଯାପନ କରୁଛନ୍ତି । ଗୋଟିଏ ମାସ ଗୋଟିଏ ଘରେ ତ ଆଉ ଦୁଇ ମାସ ଆଉ ଗୋଟିଏ ଘରେ ରହୁଥିବା ଦେଖିବାକୁ ମିଳୁଛି । ବୟସ ବଢ଼ିବାରେ ଲାଗିଥିଲେ ମଧ୍ୟ ନିଜ ଜୀବନକୁ ସଂଘର୍ଷ କରି ଆଗକୁ ବଞ୍ଚିବାର ରାହା ଦେଖୁଛନ୍ତି ନିତ୍ୟାନନ୍ଦ ।
ଚଳିତ ବର୍ଷ କରୋନା ମହାମାରୀ ସମୟରେ ଅନ୍ତରଙ୍ଗ, ଆକ୍ସନ ଏଡ୍ ଓ ଗିଭ୍ ଇଣ୍ଡିଆ ପକ୍ଷରୁ ଟ଼୫୦୦୦ଙ୍କା ଅର୍ଥରାଶି ସହାୟତା କରାଯାଇଥିଲା ସେହି ରାଶିକୁ ଏକ ଅଭିନବ ଉପାୟରେ ଛେଳି ଦୁଇଗୋଟି କିଣି ଛେଳିଚାଷ କରିବା ପାଇଁ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ତାଙ୍କର କୈାଣସି ଘରବାରି ନଥିବା ହେତୁ ଗାଁର ନିଷ୍ପତ୍ତି କ୍ରମେ ଅନାବାଦୀ ଜମି ଦେଖେଇ ଦେଇଥିବାରୁ ଅନ୍ତରଙ୍ଗ ଯୁବ ମହାସଂଘ ତରଫରୁ ସେହି ସ୍ଥାନରେ କୁଡ଼ିଆ ଘର କରିଦେବା ପାଇଁ ପ୍ରୟାସ ଜାରି ରହିଛି । ନିତ୍ୟାନନ୍ଦଙ୍କର ଅର୍ଥରାଶିର ଅଭାବ ହେତୁ ସରକାରଙ୍କ ସହାୟତା ପାଇଁ ହାତ ବଢ଼ାଉଛନ୍ତି । ଶ୍ରମଦାନ ହିସାବରେ ସହଯୋଗ କରିବା ପାଇଁ ଅନ୍ତରଙ୍ଗର ସାଥୀ ମାନେ ଆଗକୁ ଆସିଛନ୍ତି କିନ୍ତୁ ସରକାରଙ୍କର ନଜର ପଡ଼ିଲେ ଆବଶ୍ୟକ ସାମଗ୍ରୀର ସହାୟତା ହୋଇ ପାରିବ ବୋଲି ଅନ୍ତରଙ୍ଗର ସଦସ୍ୟ ସଦସ୍ୟାମାନେ ମତ ପ୍ରକାଶ କରିଛନ୍ତି । ନିତ୍ୟାନନ୍ଦଙ୍କ କହିବା ଅନୁଯାୟୀ ଯେତିକି ଟଙ୍କା ଥିଲା ତାହା ଘର ପାଇଁ କାଠ ବାବଦରେ ଖର୍ଚ୍ଚ କରିଦେଇଛି ତେଣୁ ମୋତେ ଆଉ ଟ.୪୦,୦୦୦ଙ୍କା ହେଲେ ଟିଣ, ଲୁହା କଣ୍ଟା ଓ କବାଟ ପାଇଁ ହେଇଯିବ ଏବଂ ମୋର କୁଡ଼ିଆ ଘର ସମ୍ପୁର୍ଣ୍ଣ ହୋଇଯିବ ।
ମାନବିକତା ଦୃଷ୍ଟିରୁ ଆମେ ସମସ୍ତେ ଏହି ପରି ଭୂମିହୀନ ଓ ଘରଡିହ ନଥିବା ବ୍ୟକ୍ତିଙ୍କ ପାଇଁ ସହାୟତା କରିବା ବୋଧେ ଜୀବନରେ କେବେ ସୁଯୋଗ ପାଇବା କି ନାହିଁ ତେଣୁ ନିଜ ଗାଁରେ କିମ୍ବା ନିଜ ଅଞ୍ଚଳରେ ଏହି ପରି ବ୍ୟକ୍ତିଙ୍କୁ ଦେଖିଲେ ସାହାଯ୍ୟ କରିପାରିବା ବୋଲି ଅନ୍ତରଙ୍ଗ ଯୁବ ମହାସଂଘର ସମ୍ପାଦକ ହୃଷିକେଶ ପ୍ରଧାନ କୁହନ୍ତି । ଏହି କୁଡ଼ିଆ ତିଆରି କାମରେ ଗୈାରବ ଭୂଷଣ ପ୍ରଧାନ,ବରୁଣ ପ୍ରଧାନ, ଶଶିଭୂଷଣ ପ୍ରଧାନ, ହୃଷିକେଶ ପ୍ରଧାନ,ବିଷ୍ଣୁପ୍ରିୟା ପ୍ରଧାନ, ଚନ୍ଦ୍ରକାନ୍ତ ପ୍ରଧାନ, ନାରାୟଣ ନାୟକ ସାମିଲ ହୋଇଛନ୍ତି ।

hiranchal ad1
Leave A Reply

Your email address will not be published.

9 − seven =