ଡ୍ୟୁଟି ସାରି ଫେରିବା ବେଳେ ଦୁର୍ଘଟଣା

0 232

ଫୁଲବାଣୀ:କନ୍ଧମାଳ ଜିଲ୍ଲାର ସଦର ଥାନା ଫୁଲବାଣୀର ଦୁଇ ଗୃହରକ୍ଷୀ ସଦାନନ୍ଦ ସାହାଣୀ ଓ ପ୍ରତାପ କୁମାର ସାହାଣୀ ଆଜି ଗୁମାଗଡ ଠାରେ ଡ୍ୟୁଟି ସାରି ୨ ଘଣ୍ଟିକା ସମୟରେ ଥାନାକୁ ଫେରୁଥିବା ବେଳେ କେରେଡି ଠାରେ ଏକ ଅଜଣା ଟ୍ରକ ଧକ୍କା ଦେଇଥିଲା । ଫଳରେ ଉଭୟଙ୍କୁ ଗୁରୁତର ଅବସ୍ଥାରେ ଫୁଲବାଣୀ ଜିଲ୍ଲା ସଦର ମହକୁମା ଡ଼ାକ୍ତରଖାନାରେ ଚିକିତ୍ସା ନିମନ୍ତେ ଭର୍ତ୍ତି କରାଯାଇଥିଲା । ଉଭୟଙ୍କ ମୁଣ୍ଡରେ ଏବଂ ଛାତିରେ ଜୋର ଆଘାତ ହୋଇଥିଲା ଓ ଉଭୟଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ହେତୁ ଡାକ୍ତର ସେମାନଙ୍କୁ ବ୍ରହ୍ମପୁର ମେଡିକାଲ କଲେଜକୁ ଅଧିକ ଚିକିତ୍ସା ପାଇଁ ରେଫର କରିଛନ୍ତି । ପୋଲିସ ଟ୍ରକଟିକୁ ଜବତ କରିଥିବା ବେଳେ ଡ୍ରାଇଭର ଫେରାର ହୋଇଥିବା ସଦର ଥାନାର ଭାରପ୍ରାପ୍ତ ଅଧିକାରୀ ଶ୍ରୀ ଆଦିତ୍ୟ କୁମାର ସେଠୀ ସୂଚନା ଦେଇଛନ୍ତି । ଅନ୍ୟାନ୍ୟ କର୍ମଚାରୀଙ୍କ ସମେତ ଶ୍ରୀ ସେଠୀ ଉଭୟ କରୋନା ଯୋଦ୍ଧାଙ୍କ ଆଶୁ ଆରୋଗ୍ୟ କାମନା କରୁଛନ୍ତି ।

hiranchal ad1
Leave A Reply

Your email address will not be published.

twelve + seven =