ରାଜ୍ୟରେ ୫ ହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ

0 58

ଭୁବନେଶ୍ୱର:  ରାଜ୍ୟରେ ତଳମୁହାଁ ହେଉଥିବା ଦୈନିକ ସଂକ୍ରମଣ ଆଜି ୫ ହଜାର ତଳକୁ ଖସିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ୪,୮୪୨ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ୨,୮୦୯ କ୍ୱାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବା ବେଳେ ୨,୦୩୩ ଟି ହେଉଛି ଲୋକାଲ୍ କେସ୍‌। ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ୧୮ ବର୍ଷରୁ କମ୍ ବର୍ଗର ୬୭୧ଜଣ ଅଛନ୍ତି।

ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧,୨୫୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ କଟକରୁ ୪୪୩, ଷ୍ଟେଟ୍‌ପୁଲ୍‌ରୁ ୨୬୫, ନୟାଗଡ଼- ୨୧୦,ମୟୂରଭଞ୍ଜରୁ ୧୭୯, ସୁନ୍ଦରଗଡ଼ରୁ ୧୫୯, କଳାହାଣ୍ଡିରୁ ୧୫୫, ସମ୍ବଲପୁରରୁ ୧୪୯, ନୂଆପଡ଼ାରୁ ୧୪୨, ବଲାଙ୍ଗିରରୁ ୧୪୦,ଯାଜପୁରରୁ ୧୩୪, ନବରଙ୍ଗପୁରରୁ୧୨୪ ଓ ଭଦ୍ରକରୁ ୧୦୬ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଏହାବାଦ ଅନୁଗୋଳରୁ ୧୦୪,ବାଲେଶ୍ୱରରୁ ୧୬୯,ବରଗଡ଼ ୭୨,  ବୌଦ୍ଧ ୨୮, ପୁରୀ ୭୬, ରାୟଗଡ଼ା ୧୦୧, ସୋନପୁର ୪୨, ଦେବଗଡ଼ ୮୫, ଢେଙ୍କାନାଳ ୮୪, ଗଜପତି ୬୫, ଗଞ୍ଜାମ ୫୮, ଜଗତସିଂହପୁର ୯୬,  ଝାରସୁଗୁଡ଼ା ୭୦, କନ୍ଧମାଳ ୮୦, କେନ୍ଦ୍ରାପଡ଼ା  ୬୦, କେନ୍ଦୁଝର ୬୯,  କୋରାପୁଟ  ୮୧ ଓ ମାଲକାନଗିରିରୁ ୪୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

hiring

ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ୪୧ ହଜାର ୦୬୮ ପହଞ୍ଚିଥିବା ବେଳେ ୧୧ଲକ୍ଷ୭୩, ୯୦୭ଜଣ ସୁସ୍ଥ ହୋଇସାରିଲେଣି। ଏବେ ରାଜ୍ୟରେ ୫୮ହଜାର୫୩୩ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ସେହିପରି କରୋନା ଜନିତ ମୃତ୍ୟୁ ସଂଖ୍ୟା ୮,୫୭୫କୁ ବୃଦ୍ଧି ପାଇଛି।

ରାଜ୍ୟରେ ଆଉ ୧୫ ଜଣ କରୋନା ସଂକ୍ରମିତଙ୍କ ମୃତ୍ୟୁ ଘଟିଛି।  ଅଡିଟ୍ ପ୍ରୋସେସରେ ଆଉ ୧୫ ଜଣଙ୍କ ମୃତ୍ୟୁ ନେଇ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାରୁ ୩ ଜଣ ଲେଖାଏଁ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଅନୁଗୋଳ, ବରଗଡ଼ ଓ କଟକରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି। ସେହିପରି

କେନ୍ଦ୍ରାପଡ଼ା, ମୟୂରଭଞ୍ଜ ଓ ନବରଙ୍ଗପୁରରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଥିବା ବେଳେ  ନୂଆପଡ଼ା, ପୁରୀ ଓ ରାୟଗଡ଼ାରୁ ଜଣେ ଲେଖାଏଁ ଆକ୍ରାନ୍ତ ମୃତ୍ୟୁ ଘଟିଛି।

hiranchal ad1
Leave A Reply

Your email address will not be published.

twenty − seven =