ବଦଳିଲା କ୍ୱାରେଣ୍ଟାଇନ ନିୟମ : ଗାଡି ଚଳାଚଳକୁ ଅନୁମତି

0 185

ଭୁବନେଶ୍ୱର : ରାଜ୍ୟ ସରକାର କ୍ୱାରେଣ୍ଟାଇନ ନିୟମକୁ ବଦଳାଇଛନ୍ତି । ଏ ନୂଆ ନିୟମ ପାଇଁ ମଧ୍ୟ ରାଜ୍ୟ ସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ସ୍ୱତନ୍ତ୍ର ରିଲଫ କମିଶନର ଆଜି ଏକ ସାମ୍ବାଦିକ ସମ୍ମିଳନୀ କରି କ୍ୱାରେଣ୍ଟାଇନର ନୂଆ ନିୟମ ଅନୁପାଳନ ସଂପର୍କରେ ସୂଚନା ଦେଇଛନ୍ତି । ନୂଆ ନିୟମ ଅନୁଯାୟୀ ଦୁଇଚକିଆ, ତିନିଚକିଆଠୁ ଆରମ୍ଭ କରି ସବୁ ପ୍ରକାର ୪ଚକିଆ ଯାନ, ବସ, ଟ୍ରକ୍ ଚଳାଚଳରେ ଆଉ ବାଧା ନାହିଁ । ରାଜ୍ୟ ସରକାର ଏଥିପାଇଁ ଏହିଭଳି ପରିବହନକୁ ଅନୁମତି ଦେଇଛନ୍ତି । ତେବେ ଅଟୋ ଓ କାରରେ ଡ୍ରାଇଭରକୁ ମିଶାଇ ୩ଜଣରୁ ଅଧିକ ଯାଇପାରିବେ ନାହିଁ । ବସରେ ସିଟ୍ ସଂଖ୍ୟା ଯେତିକି ସେତିକି ଯାତ୍ରୀ ଯିବେ ଅର୍ଥାତ୍ ସିଟିଂ କାପାସିଟିରେ କେବଳ ବସ୍ ଯାଇପାରିବ । ଷ୍ଟାଣ୍ଡିଂରେ ବସ୍‌ରେ କେହି ଯାଇପାରିବେ ନାହିଁ । ଯାହାଙ୍କର କରୋନା ଲକ୍ଷଣ ଥିବା ତାଙ୍କୁ ଯାତ୍ରା ଅନୁମତି ମିଳିବ ନାହିଁ । ସବୁ ଗାଡିର ଯାତ୍ରୀମାନେ ମୁହଁରେ ମାସ୍କ ପିନ୍ଧିବେ ଓ ପାଖରେ ସାନିଟାଇଜର ରଖିବେ । ସ୍ୱତନ୍ତ୍ର ରିଲିଫ କମିଶନର ପୁଣିକହିଛନ୍ତି ଯେ, ଆନ୍ତଃରାଜ୍ୟ ବସ୍ ଚଳାଚଳ ପାଇଁ ଅନ୍ୟ ରାଜ୍ୟଗୁଡିକର ସହମତି ମିଳିଛି । ଆସନ୍ତାକାଲିଠାରୁ ବସ୍ ଓ ବିମାନ ଚଳାଚଳ କରିବ । ସିଟିବସ୍ ମଧ୍ୟ ଚାଲିବ । ରାଜ୍ୟ ଭିତରେ ଟ୍ରେନ୍ ଚଳାଚଳ ପାଇଁ ମଧ୍ୟ ଅନୁମତି ଦିଆଯାଇଛି । ତେଣୁ ଯାତ୍ରୀମାନେ ଗନ୍ତବ୍ୟସ୍ଥଳକୁ ଯିବାରେ ସମସ୍ୟା ଉପୁଜିବନି । ସୁତରାଂ ସଂଧ୍ୟା ୭ଟାରୁ ସକାଳ ୭ ସମୟ ମଧ୍ୟରେ ଏ ସମସ୍ତ ପ୍ରକାର ଯାତାୟତ ରହିବ । ଅନ୍ୟ ପକ୍ଷରେ ୨୧ + ୭ ଦିନିଆ କ୍ୱାରେଣ୍ଟାଇନ ନିୟମକୁ ପରିବର୍ତ୍ତନ କରାଯାଇ ପୂର୍ବଭଳି ଏହାକୁ ୧୪ଦିନିଆ କରାଯାଇଛି । ଗ୍ରାମାଞ୍ଚଳରେ ଏଣିକି ପ୍ରବାସୀମାନଙ୍କ ପାଇଁ ୭ଦିନିଆ ସରକାରୀ କ୍ୱାରେଣ୍ଟାଇନ ଏବଂ ୭ଦିନିଆ ହୋମ କ୍ୱାରେଣ୍ଟାଇନ ବ୍ୟବସ୍ଥା ରହିବ । ଯଦି ସେମିତି କିଛି ଲକ୍ଷଣ ଥାଏ ତେବେ ୭ଦିନ ଇନ୍‌ସୁଚାନାଲ କ୍ୱାରେଣ୍ଟାଇନକୁ ବଢାଯିବ । ସ୍ଥାନୀୟ କର୍ତ୍ତୃପକ୍ଷ ଏହା ଉପରେ ନିଷ୍ପତ୍ତି ନେବେ । ସହରାଞ୍ଚଳର ପ୍ରବାସୀମାନଙ୍କୁ ୭ଦିନିଆ ଇନ୍‌ସୁଚାନାଲ କ୍ୱାରେଣ୍ଟାଇନର ଆବଶ୍ୟକତା ନାହିଁ । ୧୪ଦିନ ଯାକ ହୋମ କ୍ୱାରେଣ୍ଟାଇନରେ ରହିବେ ଯଦି ନିଜ ଘରେ ସେହି ବ୍ୟବସ୍ଥା ନାହିଁ ତେବେ ସଂପୃକ୍ତ ବ୍ୟକ୍ତି ଚାହିଁଲେ ସରକାରୀ କ୍ୱାରେଣ୍ଟାଇନରେ ରହିବେ ନଚେତ୍ ନିଜ ଖର୍ଚ୍ଚରେ ହୋଟେଲରେ ରହିବେ । ବାହାର ରାଜ୍ୟକୁ ୩ଦିନରେ ଯାଇ ଫେରିଥିବା ବ୍ୟକ୍ତିଙ୍କ ପାଇଁ କ୍ୱାରେଣ୍ଟାଇନ ଲାଗିବ ନାହିଁ । ସେହିଭଳି ବାହାର ରାଜ୍ୟରୁ ତିନିଦିନ ପାଇଁ ଆସିଥିବା ବ୍ୟକ୍ତିଙ୍କ ପାଇଁ ଏହି ନିୟମ ଲାଗୁ ହେବ ନାହିଁ । ତିନିଦିନରୁ ଅଧିକ ହେଲେ ୧୪ ଦିନିଆ କ୍ୱାରେଣ୍ଟାଇନରେ ରହିବାକୁ ପଡିବ । ବାହାରୁ ଫେରୁଥିବା ପ୍ରବାସୀମାନେ ସେଠାରେ ଯଦି କ୍ୱାରେଣ୍ଟାଇନ ଅବଧି ପୂରଣ କରି ଫେରିଥିବେ ତାଙ୍କ ପାଇଁ ଏହି ବ୍ୟବସ୍ଥା ଲାଗୁ ହେବ ନାହିଁ । ରାଜ୍ୟ ସରକାରଙ୍କ ବିନା ଅନୁମତିରେ କିମ୍ବା ବିନା ସୂଚନାରେ ବାହାର ରାଜ୍ୟରୁ ପ୍ରବାସୀ ଶ୍ରମିକମାନେ ଫେରୁଥିବାରୁ ତାହା ସମସ୍ୟା ସୃଷ୍ଟି କରିଛି । ତେଣୁ ସ୍ୱତନ୍ତ୍ର ରିଲିଫ କମିଶନର ଏହା ଦୃଷ୍ଟିରେ ରଖି ସ୍ୱତନ୍ତ୍ର ଶ୍ରମିକ ଟ୍ରେନର ବ୍ୟବସ୍ଥା ସଂପର୍କରେ କହିଛନ୍ତି ଯେ, ତେଲେଙ୍ଗାନାରୁ ୧୨ଟି ଟ୍ରେନରେ ୨୦ହଜାର ପ୍ରବାସୀ ଆଜି ଓଡିଶା ଆସୁଛନ୍ତି । ମାତ୍ର ସେ ସଂପର୍କରେ ରାଜ୍ୟ ସରକାରଙ୍କ ପାଖରେ କୌଣସି ସୂଚନା ନାହିଁ । ଏହାଦ୍ୱାରା ପ୍ରବାସୀମାନଙ୍କ ଗନ୍ତବ୍ୟ ସ୍ଥଳକୁ ଯିବାରେ ସମସ୍ୟା ସୃଷ୍ଟି ହେଉଛି । ପ୍ରବାସୀମାନେ ନା ପଞ୍ଜିକରଣ ସରକାରଙ୍କୁ ପୂର୍ବସୂଚନା ଫେରିବାକୁ ଅନୁରୋଧ କରାଯାଇଥିଲେ ମଧ୍ୟ ଏହା ଅନୁପାଳନ ହେଉନାହିଁ । ଏଣୁ ପ୍ରବାସୀ ଶ୍ରମିକମାନେ ଦୟାକରି ପଞ୍ଜିକରଣ କରି ଫେରିବା ପାଇଁ ସେ ପରାମର୍ଶ ଦେଇଛନ୍ତି । ସରକାରଙ୍କ ଅଗଚରରେ ପ୍ରବାସୀ ଶ୍ରମିକ ଆସିଲେ ଟ୍ରେନ୍ ଖର୍ଚ୍ଚ ରାଜ୍ୟ ସରକାର ଦେବେ ନାହିଁ ବୋଲି ଶ୍ରୀ ଜେନା କହିଛନ୍ତି ।

hiranchal ad1
Leave A Reply

Your email address will not be published.

two × two =