ରୋଗୀଙ୍କ ଜୀବନ ଯାଉ ପଛେ ଡାକ୍ତରଙ୍କ ପଇସା ରୋଜଗାର ହେଉ

0 440

କନ୍ଧମାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟ କରୁଥିବା ଡାକ୍ତର ଙ୍କ ବିରୁଦ୍ଧରେ ଏକ୍ସପାଏର ଡେଟର ସାମ୍ପୁଲ ମେଡ଼ିସିନ ଦେଇ ପଇସା ନେଇ ଥିଲେ। ରାଜ୍ୟ ସରକାର ସ୍ୱାସ୍ଥ୍ୟ ବିଭାଗ ସମସ୍ତଙ୍କୁ କରୋନା ଯୋଦ୍ଧା ନାମରେ ଆଖ୍ୟା ଦେଇଛନ୍ତି l କରୋନା ସହ ଲଢୁ ଥିବା ଏହି ଯୋଦ୍ଧା ଙ୍କ ଉପରେ ଭରଷା ବିଶ୍ବାସ ରେ ରୋଗୀ ଯାଆନ୍ତି ଯେ ମୋର ହୋଇଥିବା ରୋଗ କୁ ଠିକ୍ ଭାବରେ ଚିକିତ୍ସା କରିବେ ଡାକ୍ତର l ଯଦି ଡାକ୍ତର ରୋଗୀଙ୍କ ଠୁ ପଇସା ନେଇ ଡେଟ୍ ଚାଲିଯାଇଥିବା ଔଷଧ ଦିଅନ୍ତି ତ ରୋଗୀର ଜୀବନ୍ ପ୍ରତି ସଙ୍କଟ ପୂର୍ଣ୍ଣ ହୋଇଯାଏ l

hiring

ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଫୁଲବାଣୀ ଘରୋଇ କ୍ଲିନିକ କରିଥିବାର ଡାକ୍ତର୍ ଚିନାରି ନାରାୟଣ ସୁବୁଦ୍ଧି l କେରେଡ଼ି ଗ୍ରାମର ରହୁଥିବା ସୁକାନ୍ତି ସାହୁ ଙ୍କ ବହୁଦିନ ହେଲା ଗୋଡ ରେ ଯନ୍ତ୍ରଣା ହେବାରୁ ଚାଲବୁଲ କରିବା ସମ୍ଭବ ହୋଇପାରୁ ନ ଥିଲା l ଘରୋଇ କ୍ଲିନିକ୍ କରିଥିବା ଡଃ. ଚିନାରି ନାରାୟଣ ସୁବୁଦ୍ଧି ସୁକାନ୍ତି ଙ୍କ ଚିକିତ୍ସା କରୁଥିଲେ l କିନ୍ତୁ ଗତ କିଛିଦିନ ତଳେ ସୁକାନ୍ତି ଅଧିକ ଯନ୍ତ୍ରଣା ହେବାରୁ ପୁଣି ଦେଖେଇବାକୁ ଯାଇଥିଲେ l ଡଃ ଚିନାରି ନାରାୟଣ ସୁବୁଦ୍ଧି ଉକ୍ତ ରୋଗୀଙ୍କ ଠୁ ନଅ ଶହ ଟଙ୍କା ରଖି 2015 ରେ ଡେଟ୍ ଚାଲିଯାଇଥିବା ଔଷଧ ଦେଇଛନ୍ତି ବୋଲି ଘୋର ଲୋକ ଅଭିଯୋଗ କରିଛନ୍ତି l ତାହା ସଙ୍ଗେ ସଙ୍ଗେ ପଇସା ଲୋଭରେ ବଜାରରେ ବିକ୍ରି ପାଇଁ ନିର୍ଦେଶ ନଥିବା ଔଷଧ କୁ ରୋଗୀକୁ ଦେଇ ଥିବା ଅଭିଯୋଗ ଆଣିଛନ୍ତି ଘର ଲୋକେ l
କିନ୍ତୁ ଏହି ସମ୍ପର୍କରେ ଆମେ ଡଃ. ସୁବୁଦ୍ଧି ଙ୍କୁ ଯୋଗାଯୋଗ କରିଥିଲୁ କିନ୍ତୁ ସେ କିଛି କହିବାକୁ ମନା କରିଦେଇଥିଲେ l

hiranchal ad1
Leave A Reply

Your email address will not be published.

five + seven =