୫ ହଜାର ଯାଏ ଟେଷ୍ଟ କ୍ଷମତା ବଢ଼ାଇବ ଓଡ଼ିଶା

0 67

ଭୁବନେଶ୍ୱର : ଭୁବନେଶ୍ୱର ହଟ୍‌ସ୍ପଟ୍ ଜୋନରେ ଆସୁଥିବାରୁ ଏହାକୁ ଅଧିକ ଦୃଷ୍ଟି ଦିଆଯିବ ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀ । ଆଜି ମଧ୍ୟାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ରାଜଧାନୀରୁ ନମୂନା ସଂଗ୍ରହ ପାଇଁ ସ୍ୱତନ୍ତ୍ର କ୍ୟାମ୍ପ୍ ହେବ । ଏ ପର୍ଯ୍ୟନ୍ତ ଆମେ ଯେତିକି ଟେଷ୍ଟ କଲୁଣି ତାହାର ଅନୁପାତ ମାତ୍ର ୨.୭% । ଏହା ବ୍ୟତୀତ ଘରକୁ ଘର ବୁଲି ସାମ୍ପୁଲ୍ ସଂଗ୍ରହ ହେବ । ଆପଣ ନମୁନା ସଂଗ୍ରହରେ ସହଯୋଗ କରନ୍ତୁ, ନଚେତ୍ ପୋଲିସ୍ ସାହାଯ୍ୟରେ ସାମ୍ପୁଲ୍ ସଂଗ୍ରହ କରିବୁ । ମୋବାଇଲ୍ ଭ୍ୟାନ୍ ମଧ୍ୟ ବୁଲିବ । ଏପର୍ଯ୍ୟନ୍ତ ରାଜଧାନୀରେ ୧୯୫୮ଟି ସାମ୍ପୁଲ୍ ସଂଗ୍ରହ ହେଲାଣି । ସପ୍ତାହକ ମଧ୍ୟରେ ୫୦୦୦ ଟେଷ୍ଟ ଲକ୍ଷ୍ୟ ରଖିଛୁ ବୋଲି ସେ କହିଥିଲେ । ଆଉ ୫୦୦୦ ଟେଷ୍ଟ ହେଲେ ରାଜଧାନୀର ଚିତ୍ର ସ୍ପଷ୍ଟ ହୋଇପାରିବ । କୋଭିଡ୍‌-୧୯ ପାଇଁ ସ୍ୱତନ୍ତ୍ର ଆଇନ୍ କରାଯାଇଛି । ଏଥିପାଇଁ ସର୍ବାଧିକ ମାସ୍କ୍ ପିନ୍ଦିବା, ସର୍ବସାଧାରଣ ସ୍ଥାନରେ ଛେପ ପକାଇବାକୁ ନିଷେଧ କରାଯାଇଛି । ତିନୋଟି ଜୋନ୍‌ରେ ବିଭକ୍ତ ଅଞ୍ଚଳକୁ ସ୍ୱତନ୍ତ୍ର ଅଧିକାରୀ ପହଞ୍ଚି ୬୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କଠାରୁ ସାମ୍ପଲ୍ ସଂଗ୍ରହ କରାଯିବ । ଏପରି କରାଯିବା ଦ୍ୱାରା ଲକ୍ଷ୍ୟ ପୂରଣ ହୋଇପାରିବ ।

hiranchal ad1
Leave A Reply

Your email address will not be published.

one × 2 =