ବିଦ୍ୟୁତ ଖୁଣ୍ଟରେ ଚଢି ଆତ୍ମହତ୍ୟା ଉଦ୍ୟମ : ଜଳିଗଲା ଯୁବକଙ୍କର ଦୁଇହାତ, ଅଳ୍ପକେ ବର୍ତ୍ତିଗଲେ

0 345

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଘୁ ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ ଗ୍ରାମରେ ଘଟିଛି ଏକ ଅଭାବନୀୟ ଅଘଟଣ । ବିମଳ ମାଝି (୨୫ )ନାମକ ଜଣେ ଯୁବକ ଲିଙ୍ଗାଗଡ ଗ୍ରାମରେ ରହି ଏଣେ ତେଣେ କାମ କରୁଥିଲେ । ସେ କୌଣସି କାରଣରୁ ବିଦ୍ୟୁତ ଖୁଣ୍ଟିରେ ଚଢି ଆତ୍ମହତ୍ୟା କରିବାକୁ ଉଦ୍ୟମ କରି ଦୁଇଟି ହାତ ସମ୍ପୂର୍ଣ୍ଣ ପୋଡି ଯାଇଛନ୍ତି । ସୂଚନା ପ୍ରକାରେ ସେ ଜଣେ ମାନସିକ ରୋଗାଗ୍ରସ୍ତ ଯୁବକ ବୋଲି ସ୍ଥାନୀୟ ଲୋକେ କୁହନ୍ତି ଏବଂ ସେ ଏହି ଗ୍ରାମରେ ରହୁଥିଲେ । କେବେ କାହା ଘରେ କାମ କରୁଥିଲେ ତ କେବେ ଗାଡିରେ ହେଲପର ଭାବରେ କାମ କରୁଥିଲେ । ତାଙ୍କ ଘର କେ.ନୂଆଗାଁ ବ୍ଲକ ଅନ୍ତର୍ଗତ ଶ୍ରୀତିଗୁଡା ନିକଟ ବୁରାଙ୍ଗିଆ ଅଞ୍ଚଳରେ । ସ୍ଥାନୀୟ ଲୋକଙ୍କ ସହୋଯୋଗରେ ଘୁ ଉଦୟଗିରୀ ଆମ୍ବୁଲାନ୍ସକୁ ଖବର ଦେବା ପରେ ଗାଡି ଆସି ଘୁ ଉଦୟଗିରୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଅଣା ଯାଇଥିଲା ସେଠାରେ ତାଙ୍କୁ ଚିକିତ୍ସିତ କରଯାଇଥିଲା ।
ବିମଳ ମାଝିଙ୍କ କହିବା ଅନୁସାରେ ତାଙ୍କ ବାପା ମା ତାଙ୍କୁ ପଚାରୁ ନାହାନ୍ତି ଯାହାରି ଫଳରେ ସେ ବାହାରେ ବାହାରେ ହିଁ ରହି ଚଳନ୍ତି । ଲିଙ୍ଗାଗଡରେ ତାଙ୍କର କେହି ନାହାନ୍ତି କିନ୍ତୁ ସେ ଲୋକମାନଙ୍କ ଘରେ ରହି କାମ କରି କରି ଚଳୁଥିଲେ । ତାଙ୍କୁ ଆଜି ସନ୍ଧ୍ୟାରେ ଫୁଲବାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଛି ଅଧିକ ଚିକିତ୍ସା ନିମନ୍ତେ । ହାତ ଦୁଇଟି ପାପୁଲି ସମ୍ପୂର୍ଣ୍ଣ ପୋଡିଯାଇଥିବା ସକାଶେ ଖାଦ୍ୟ ଖାଇବା ପାଇଁ ମଧ୍ୟ ବହୁତ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିଛି । ପିନ୍ଧିବା ନିମନ୍ତେ ତାଙ୍କ ପାଖରେ କୌଣସି ପୋଷାକ ନାହିଁ କିମ୍ବା ଘୋଡେଇବା ନିମନ୍ତେ ମଧ୍ୟ ଚାଦରଟିଏ ନାହି । ଏହିପରି ଅବସ୍ଥା ଦେଖିବାକୁ ମିଳିଛି । ଲିଙ୍ଗାଗଡ ଗ୍ରାମରୁ ଜଣେ ବ୍ୟକ୍ତି ତାଙ୍କ ସହିତ ଫୁଲବାଣୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯିବା ନିମନ୍ତେ ରାଜି ହେବାରୁ ବିମଳ ମାଝିଙ୍କୁ ଆମ୍ବୁଲାନ୍ସ ମଧ୍ୟରେ ଫୁଲବାଣୀ ନିଆଯାଇଛି । ତାଙ୍କୁ ସରକାରୀ ସହାୟତା ଯୋଗାଇ ଦେଲେ ସେ ସୁସ୍ଥ ହୋଇଥାନ୍ତେ ବୋଲି ଅଞ୍ଚଳବାସୀ ଅନୁରୋଧ କରିଛନ୍ତି ଏବଂ ବିମଳ ମାଝିଙ୍କ ବିଷୟରେ ଯାଞ୍ଚ କରି ମାନସିକ ରୋଗଗ୍ରସ୍ତମାନଙ୍କ ନିମନ୍ତେ ସରକକାରୀ ସ୍ତରରେ ସାହାଯ୍ୟ ଥିଲେ ତାଙ୍କୁ ସେଥିଲେ ଅନ୍ତର୍ଭୁକ୍ତ କଲେ ସେ ଉପକୃତ ହୋଇଥାନ୍ତେ ଓ ସୁସ୍ଥ ଜୀବନଯାପନ କରିଥାନ୍ତେ ବୋଲି ମତ ପ୍ରକାଶ ପାଉଛି ।

hiranchal ad1
Leave A Reply

Your email address will not be published.

10 − 4 =