ବନବିଭାଗରେ ବ୍ୟାପକ ଦୁର୍ନୀତି ବିରୋଧରେ ବିଜେପି ଯୁବମୋର୍ଚ୍ଚା ତରଫରୁ ବିକ୍ଷୋଭ

0 182

ବୌଦ୍ଧ,୯/୭- ଆଜି ଭାରତୀୟ ଜନତା ପାର୍ଟି ଯୁବମୋର୍ଚ୍ଚା ତରଫରୁ ଜଙ୍ଗଲ ବିଭାଗର ବିଭିନ୍ନ ଯୋଜନାରେ ହୋଇଥିବା ଦୁର୍ନୀତି ସଂପର୍କରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି । ସେମାନଙ୍କ ଅଭିଯୋଗ ମଧ୍ୟରେ ଓଏଫଏସବିବି ସ୍କିମରେ କଣ୍ଟାମାଳ ମନମୁଣ୍ଡାରେ ୬୦ଟି ଭିଏସଏସରେ ବ୍ୟାପକ ପିସି କାରବାର ହୋଇଛି । ଏଭିନ୍ୟୁ ପ୍ଲାଣ୍ଟେସନ ପାଇଁ ବ୍ୟବହାର କରାଯାଉଥିବା ଗେବିଅନ କିଣାରେ ଟେଣ୍ଡର ନକରି ନିମ୍ନମାନର ଜାଲି କିଣାଯାଇଥିବା, ଗ୍ରୀନ ମହାନଦୀ ମିଶନରେ ଗମ୍ଭାରୀପଦର କଣ୍ଟାମାଳ ରେଞ୍ଜରେ ପାଣିଦେବାପାଇଁ ମିଥ୍ୟା ବିଲ୍‌ ପ୍ରସ୍ତୁତରି ଲକ୍ଷଲକ୍ଷ ଟଙ୍କା ଦୁର୍ନୀତି, ଏମଜିଏନଆରଇଜିଏ ଟ୍ରେଞ୍ଚ ଖୋଳା କାମରେ ଜେସିବି ବ୍ୟବହାର କରାଯାଇଥିବା, ଅନେକ ଗ୍ରାମକୁ ଜଙ୍ଗଲ ବିଭାଗ ନାମରେ ରହିଥିବାରୁ ରାସ୍ତାକାମ ହେଉନଥିବାରୁ ତାହା ତୁରନ୍ତ ଆରଡି ବିଭାଗକୁ ହସ୍ତାନ୍ତର, ଶ୍ରୀଜଗନ୍ନାଥ ବନପ୍ରକଳ୍ପରେ ହେଉଥିବା ବ୍ୟାପକ ହେରାଫେରି ପ୍ରମୁଖ ରହିଛି । ଏହାର ଉପଯୁକ୍ତ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାନଗଲେ ଆସନ୍ତା ଦିନରେ ଯୁବମୋର୍ଚ୍ଚା ତରଫରୁ ବ୍ୟାପକ ଜନଆନ୍ଦୋଳନ କରାଯିବା ନେଇ ଚେତାବନୀ ଦେଇଛନ୍ତି । ରାଜ୍ୟ ସାଧାରଣ ସଂପାଦକ ଓମପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ବିଜେପି ନେତା ସୌମିତ୍ରୀ ନାୟକ, କର୍ମୀ ନରାୟଣ କର୍ମୀ, ସୁନୀଲ କ୍ଷେତୀ, ସୁଶାନ୍ତ ଧଳ, ଆଶୁତୋଷ ପ୍ରଧାନ, ଜ୍ୟୋତିର୍ମୟ ପ୍ରଧାନ, ଆରତ ଧଳ, ସଞ୍ଜିତ ପ୍ରଧାନଙ୍କ ସମେତ ବହୁ କର୍ମୀ ବନଖଣ୍ଡ ଅଧିକାରୀଙ୍କ ଅନୁପସ୍ଥିରେ ଏସିଏଫଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

2 × 2 =