ପୁଣି ତେଜିଲା ବର୍ଷା-ଅନୁଭବ ବିବାଦ

0 443

କଟକ : ପାରିବାରିକ ବିବାଦକୁ ନେଇ ଚର୍ଚ୍ଚାରେ ଥିବା ସାଂସଦ ତଥା ଅଭିନେତା ଅନୁଭବ ମହାନ୍ତି ଓ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପୁଣି ପୁରୀଘାଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ପରସ୍ପର ବିରୋଧରେ ଷଡ଼ଯନ୍ତ୍ର ଅଭିଯୋଗ ଆଣିଛନ୍ତି । ପୋଲିସ ଏହି ଅଭିଯୋଗର ତଦନ୍ତ କରୁଥିବାବେଳେ କୌଣସି ମାମଲା ରୁଜୁ ହୋଇନଥିବା ପୁରୀଘାଟ ଥାନା ପକ୍ଷରୁ ସୂଚନା ଦିଆଯାଇଛି ।
ପୋଲିସର ସୂଚନା ଅନୁଯାୟୀ, ୨ ତାରିଖରେ ଅନୁଭବ ଥାନାରେ ଅଭିଯୋଗ କରିଛନ୍ତି ଯେ ନନ୍ଦିସାହି ଘରେ ରହୁଥିବା ବର୍ଷାଙ୍କ ନିକଟକୁ ବିଭିନ୍ନ ଲୋକ ଆସୁଛନ୍ତି । ଏହି ଘରେ ମୂଲ୍ୟବାନ ସାମଗ୍ରୀ ରହିଛି । କିଛି ବି ଚୋରି ହୋଇପାରେ । ଆସୁଥିବା ଲୋକମାନେ ତାଙ୍କ ରାଜନୈତିକ କ୍ୟାରିଅର ନଷ୍ଟ କରିବା ପାଇଁ ଷଡ଼ଯନ୍ତ୍ର କରିପାରନ୍ତି । ଏହି ଘଟଣାର ତଦନ୍ତ ପାଇଁ ସେ ଏତଲାରେ ଦର୍ଶାଇଛନ୍ତି । ସେହିଭଳି ଗଲା ୭ ତାରିଖରେ ବର୍ଷା ପୁରୀଘାଟ ଥାନାରେ ପାଲଟା ଏତଲା ଅନୁଭବଙ୍କ ବିରୋଧରେ ଦେଇଛନ୍ତି । ଅନୁଭବ ଘରେ ସିସି କ୍ୟାମେରା ଲଗାଇଥିବା ବେଳେ ଭିଡିଓ ରେକର୍ଡ କରି ତାଙ୍କ ବିରୋଧରେ କିଛି ବି କରିପାରନ୍ତି ବୋଲି ବର୍ଷା ଏତଲାରେ ଦର୍ଶାଇଛନ୍ତି । ଏହାସହିତ ପୂର୍ବରୁ ଥାନାରେ ରୁଜୁ ହୋଇଥିବା ମାମଲା ସମ୍ପର୍କରେ ସେ ଜାଣିବାକୁ ଚାହିଁଥିବା ପୁରୀଘାଟ ଥାନା ପୋଲିସ ସୂଚନା ଦେଇଛି । ସୂଚନା ଯେ, ପୂର୍ବରୁ ବର୍ଷାଙ୍କ ଏତଲା ଆଧାରରେ ରୁଜୁ ହୋଇଥିବା ଦୁଇଟି ମାମଲା ଏବେ ବିଚାରାଧୀନ ରହିଛି । ପୋଲିସ ଏବେ ଉଭୟଙ୍କ ନୂଆ ଅଭିଯୋଗ ଆଧାରରେ ଷ୍ଟେସନ ଡାଏରି କରି ଅଭିଯୋଗର ତଦନ୍ତ କରୁଛି ।

hiranchal ad1
Leave A Reply

Your email address will not be published.

two × 3 =