ଜୁଲାଇ ଶେଷ ସୁଦ୍ଧା ଯୁକ୍ତଦୁଇ ଫଳ

0 63

ଭୁବନେଶ୍ୱର:  କରୋନା ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢା ଓ ପରୀକ୍ଷା ବାଧାପ୍ରାପ୍ତ ହୋଇଛି । ତେବେ   ପୂର୍ବ ପରୀକ୍ଷାର ମାର୍କକୁ ଆଧାର କରି ଏବେ ପରୀକ୍ଷା ଫଳ ପ୍ରକାଶ ପାଉଛି ।  ଗତ କିଛି ଦିନ ତଳେ ଏଭଳି ଢଙ୍ଗରେ ମାଟ୍ରିକ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ଆସନ୍ତା ଜୁଲାଇ ୩୧ ତାରିଖ ଭିତରେ +୨ ରେଜଲ୍ଟ ପ୍ରକାଶ ପାଇପାରେ ବୋଲି ସୂଚନା ମିଳିଛି ।  ଏନେଇ  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।ସେ କହିଛନ୍ତି ଯେ,  ୩୧ ସୁଦ୍ଧା +୨ ରେଜଲ୍ଟ ପ୍ରକାଶ  କରିବାକୁ ଚେଷ୍ଟା କରୁଛୁ ।  ଜୁଲାଇ ୩୧ ସୁଦ୍ଧା ରେଜଲ୍ଟ ପାଇଁ ସୁପ୍ରିମକୋର୍ଟଙ୍କ ନିଦେ୍ର୍ଧଶ ରହିଛି ।  ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଆମେ ଚେଷ୍ଟା କରୁଛୁ । ନହେଲେ ଅତିବେଶୀରେ ଆଉ ଦିନ ଦୁଇ ଦିନ ଲାଗିପାରେ ।  ତଥାପି ୩୧ ସୁଦ୍ଧା ରେଜଲ୍ଟ ପ୍ରକାଶ ପାଇଁ ଆମେ ଚେଷ୍ଟା କରୁଛୁ  ବୋଲି  ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

17 + eight =