“ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମରେ ଗାଁ ଲୋକଙ୍କୁ ପ୍ରଶିକ୍ଷଣ ପ୍ରଦାନ

0 67

ସମ୍ବଲପୁର,୯/୭- ଗ୍ରାମୀଣ ସ୍ତରରେ ଜନସାଧାରଣଙ୍କ ଜୀବିକା ସ୍ତରରେ ଅପେକ୍ଷିତ ଉନ୍ନତି ଆଣିବା ପାଇଁ ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରଚେଷ୍ଟା ଜାରି ରହିଛି । ଏହା ସହିତ ଅଣଧାନ ଫସଲ ପ୍ରତି ଲୋକଙ୍କ ରୁଚି ବଢ଼ା ଯାଉଛି, କାରଣ ଏହି ଅଞ୍ଚଳରେ ସମସ୍ତେ ତାହାରି ଭିତରେ ଆବଦ୍ଧ ରହି ଯାଇଛନ୍ତି । ଏହି ଶୃଙ୍ଖଳାରେ ବର୍ତ୍ତମାନ ଜିଲ୍ଲାର ବିଭିନ୍ନ ବ୍ଲକ ଓ ଗାଁ ଗଣ୍ଡାରେ “ମୋ ଉପକାରୀ ବଗିଚା’ କାର୍ଯ୍ୟକ୍ରମ ପରିଚାଳିତ ହେଉଛି । ବିଭିନ୍ନ ଗାଁଗଣ୍ଡାରେ ଏଥିପାଇଁ ଗାଁ ଲୋକଙ୍କୁ ପ୍ରଶିକ୍ଷଣରେ ସାମିଲ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଉଚିତ ପ୍ରକାରେ ଭୂମି ପ୍ରସ୍ତୁତି, ବିହନ ବୁଣିବା, ଜୈବିକ କୃଷି, କୃଷି ଓ ପ୍ରାକୃତିକ ଉତ୍ସ ସହିତ ଖାଦ୍ୟ ପୁଷ୍ଟିକରଣ ଆଦି ବିଷୟରେ ଗାଁଲୋକଙ୍କୁ ଜ୍ଞାନ ଓ ପ୍ରଶିକ୍ଷଣ ଦେବା ସହ ସେଗୁଡିକ ପ୍ରୟୋଗକରି ଦେଖେଇ ଦିଆଯାଉଛି ।

hiring

ଗ୍ରାମୀଣ ସ୍ତରରେ ଉପଲବ୍ଧ ସୁବିଧା ଓ ସୁଯୋଗର ସୁବିନିଯୋଗ କରିବା ସହିତ ଲୋକଙ୍କ ଜୀବିକା ସ୍ତରରେ ଅପେକ୍ଷିତ ଉନ୍ନତି ଆଣିବାପାଇଁ ଏହି କାର୍ଯ୍ୟକ୍ରମ ଉଦ୍ଦିଷ୍ଟ ବୋଲି କୁହାଯାଇଛି । ଏବିଷୟରେ ଜିଲ୍ଲା ପ୍ରଶାସନ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ବର୍ତ୍ତମାନ ଯୁଯୁମୁରା ବ୍ଲକରେ ଏହି କାର୍ଯ୍ୟକ୍ରମ ହାତକୁ ନିଆଯାଇଛି ଓ ଏହା ସହିତ ଅନ୍ୟ ବ୍ଲକଗୁଡିକରେ ମଧ୍ୟ ଏହା ଆରମ୍ଭ କରିବାର କାର୍ଯ୍ୟକ୍ରମ ରହିଛି ।

hiranchal ad1
Leave A Reply

Your email address will not be published.

17 + fourteen =