ବାଲିଗୁଡ଼ାରେ ଜୀବନ ବିନ୍ଦୁ କାର୍ଯ୍ୟକ୍ରମ ଅନୁଷ୍ଠିତ

0 70

ବାଲିଗୁଡ଼ା: ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୁଲ୍ୟରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ସଭାଗୃହ ଠାରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ବାଲିଗୁଡ଼ା ବିଧାୟକ ଚକ୍ରମଣି କହଁର ଯୋଗଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ଏଥିରେ ଅଞ୍ଚଳର ଯୁବ ଗୋଷ୍ଠୀ ସ୍ୱେଚ୍ଛାକୃତ ଭାବେ ରକ୍ତଦାନ କରିଥିଲେ । ଏଥିରେ ୧୨ ୟୁନିଟ୍‌ ରକ୍ତ ସଂଗୃହୀତ ହୋଇଥିବା ଜଣାପଡ଼ିଛି । ରକ୍ତ ଅଭାବରୁ ଯେମିତି କେହି ଜଣେ ମଧ୍ୟ ମୃତ୍ୟୁବରଣ ନକରୁ ସେନେଇ ରାଜ୍ୟ ସରକାର ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି । ମହାମାରୀ କରୋନା ଯୋଗୁଁ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଏଭଳି ପରିସ୍ଥିତିରେ ସାରା ରାଜ୍ୟରେ ଓଡ଼ିଶା ମୋ ପରିବାର ଓ ଜୀବନବିନ୍ଦୁ ଆନୁକୁଲ୍ୟରେ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଉଛି ବୋଲି କହିଛନ୍ତି ବିଧାୟକ ଚକ୍ରମଣି କହଁର । ବିଧାୟକଙ୍କ ସମେତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଯୁବ ବିଜେଡ଼ି ସଭାପତି ବିଷ୍ଣୁ ମଲ୍ଲିକ, ଉପସଭାପତି ଧନଞ୍ଜୟ ପାତ୍ର, ବାଲିଗୁଡ଼ା ନଗର ଉପସଭାପତି ଦିନେଶ କୁମାର ଜେନା, ନଗର ମିଡିଆ ସେଲର ଅମନ୍‌ ଅଫତାଭଙ୍କ ସମେତ ଯୁବ ବିଜେଡ଼ି ଦଳର ବହୁ ସଦସ୍ୟ ଯୋଗଦେଇ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

hiranchal ad1
Leave A Reply

Your email address will not be published.

17 + 11 =