ବୌଦ୍ଧରେ ନୂତନ ଏସ୍‌ପି ଜ୍ଞାନରଞ୍ଜନ ମହାନ୍ତିଙ୍କ କାର୍ଯ୍ୟରେ ଯୋଗଦାନ

0 1,121

ବୌଦ୍ଧ,୧୨/୭: ଆଜି ବୌଦ୍ଧରେ ନୂତନ ଆରକ୍ଷୀ ଅଧୀକ୍ଷକ ଭାବେ ଜ୍ଞାନରଞ୍ଜନ ମହାନ୍ତି କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଗତ ଜୁନ୍‌ ୩୦ ତାରିଖରେ ଭି. ରଘୁନାଥ ରାଓଙ୍କ ଅବସର ଗ୍ରହଣ କରିବାପରେ କନ୍ଧମାଳ ଏସ୍‌ପି ଭୀନିତ ଅଗ୍ରୱାଲ ଦାୟିତ୍ୱରେ ରହିଥିଲେ । ବୌଦ୍ଧଜିଲ୍ଲାରେ ନୂତନ ଏସ୍‌ପି ଶ୍ରୀ ମହାନ୍ତି କାର୍ଯ୍ୟରେ ଯୋଗଦେଇ ଜିଲ୍ଲା ପୁଲିସର ଅଧିକାରୀଙ୍କ ସହ ଆଲୋଚନା କରିବାସହ କାର୍ଯ୍ୟାଳୟରେ କର୍ମଚାରୀମାନଙ୍କ ସହ ପରିଚିତ ହୋଇଥିଲେ । ଶ୍ରୀ ମହାନ୍ତି ରାଜ୍ୟ ଅର୍ଥନୈତିକ ଅପରାଧିକ ଶାଖା (ଇଓଡବ୍ଲୁ)ରେ ଅତିରିକ୍ତ ଏସ୍‌ପି ଭାବେ ଭୁବନେଶ୍ୱରରେ କାର୍ଯ୍ୟରତ ଥିଲେ । ପଦୋନ୍ନତି ପରେ ବୌଦ୍ଧ ଏସ୍‌ପି ଭାବେ ତାଙ୍କୁ ନିଯୁକ୍ତି ମିଳିବାପରେ ଆଜି ପୂର୍ବାହ୍ନରେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ‘ହୀରାଞ୍ଚଳ’କୁ ଏସ୍‌ପି ପ୍ରଥମ ସାକ୍ଷାତକାରରେ ପ୍ରକାଶ କରିଛନ୍ତି ଯେ ଜନସାଧାରଣଙ୍କ ଆସ୍ଥାଭାଜନ ହେବାସହ ସରକାର ଯେଉଁ ଦାୟିତ୍ୱ ଦେଇଛନ୍ତି ଲୋକଙ୍କ ସେବା ମାଧ୍ୟମରେ ତାହା ପୂରଣ କରିବାକୁ ସେ ପ୍ରାଥମିକତା ଦେବେ ।

hiranchal ad1
Leave A Reply

Your email address will not be published.

eighteen + 10 =