ବିଜେଡିର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କଲେ ନବୀନ ପଟ୍ଟନାୟକ

0 125

ଭୁବନେଶ୍ବର : ପବିତ୍ର ଘୋଷଯାତ୍ରା ଅବସରରେ ବିଜେଡିର ନୂତନ କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ । ଅତ୍ୟାଧୁନିକ ବ୍ୟବସ୍ଥାରେ ନିର୍ମାଣ ହେବାକୁ ଥିବା ବିଜେଡି କାର୍ଯ୍ୟାଳୟର ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଭୂମି ପୂଜନ ପରେ ବିଜେଡି ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ଯେ, ଗତ ୨୩ ବର୍ଷ ଭିତରେ ଓଡିଶାବାସୀଙ୍କ ନିକଟରେ ବିଜୁ ଜନତା ଦଳ ଆଶା ଓ ବିଶ୍ଵାସର ପ୍ରତୀକ ହୋଇ ଛିଡା ହୋଇଛି ।

hiring

ଯୁବ, ଛାତ୍ର, ମହିଳା, କୃଷକ, ସଂଖାଲଘୁ, ଅନୁସୂଚିତ ଜାତି ଓ ଜନଜାତି, ପଛୁଆ ବର୍ଗ ସମସ୍ତଙ୍କୁ ନେଇ ବିଜେଡିର ସଭ୍ୟ ସଂଖ୍ୟା ୧ କୋଟିରୁ ଉର୍ଦ୍ଧ୍ବରେ ପହଞ୍ଚିଛି । ବିଜେଡିର ନୂତନ କାର୍ଯ୍ୟାଳୟରେ ବିଜୁ ଜନତା ଦଳର ସମସ୍ତ ଶାଖା କାର୍ଯ୍ୟକ୍ଷମ ହେବ । ଏହା ସହିତ ରକ୍ତଦାନ ଓ ଅନ୍ୟାନ୍ୟ ସାମାଜିକ କାର୍ଯ୍ୟକ୍ରମ ପାଇଁ ବ୍ୟବସ୍ଥା କରାଯିବ । ବିଜୁ ଯୁବ ଓ ଛାତ୍ର ନିଜର ଘର ଭାବି ଏହି କାର୍ଯ୍ୟକ୍ରମରେ ଶ୍ରମ ଦାନ କରିବେ ବୋଲି ପ୍ରଣବ କହିଛନ୍ତି । ଏହି କାର୍ଯ୍ୟାଳୟ ମାଧ୍ୟମରେ ଓଡ଼ିଶାବାସୀଙ୍କ ପାଇଁ ବିଜୁ ଜନତା ଦଳର ସମସ୍ତ କର୍ମକର୍ତ୍ତା ସମର୍ପଣ କରିବେ ।

hiranchal ad1
Leave A Reply

Your email address will not be published.

thirteen − seven =