ଯୋଗିମୁଣ୍ଡାରେ ବୈଦ୍ୟ ସମ୍ମିଳନୀ

0 203

ପାଟଣାଗଡ : ସ୍ୱେଚ୍ଛାସେବୀ ଅନୁଷ୍ଠାନ ଜୀବନ୍ୟାସ ଲକ୍ଷ୍ମୀମୁଣ୍ଡା ଓ କଲ୍ୟାଣ ରେଙ୍ଗାଲଜୁରୀଙ୍କ ମିଳିତ ଆନୁକୁଲ୍ୟରେ ୮ମ ବର୍ଷ ଧନ୍ତ୍ରନ୍ତରୀ ପୂଜା ଓ ବୈଦ୍ୟ ସମ୍ମିଳନୀ ଯୋଗିମୁଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଅଛି । ପାଟଣାଗଡ ବିଧାୟକ ସରୋଜ କୁମାର ମେହେର ମୁଖ୍ୟ ଅତିଥି ଭାବେ ଯୋଗଦେଇ କାର୍ଯ୍ୟକ୍ରମକୁ ଶୁଭ ଉଦ୍‌ଘାଟନ କରିଥିଲେ । ପ୍ରାରମ୍ଭରେ ବୈଦ୍ୟ ଗୁରୁ ଧନ୍ତ୍ରନ୍ତରୀଙ୍କ ପୂଜାର୍ଚ୍ଚନା କରାଯାଇଥିଲା । କୋଶଳ ଗନ୍ଧମାର୍ଦ୍ଦନ ବୈଦ୍ୟ ମହାସଂଘ ସଭାପତି ଝସକେତନ ଗୁରୁ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ । ବୈଦ୍ୟ ମାନଙ୍କ ପାରମ୍ପରିକ ଚେରି ମୂଳ ଔଷଧ ସେବନ କରି ଅସାଧ୍ୟ ରୋଗ ଦୂର ହୁଏ ତେଣୁ ବୈଦ୍ୟ ମାନଙ୍କ ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟ ଅତିଥି ବିଧାୟକ ତାଙ୍କ ବକ୍ତବ୍ୟରେ କହିଥିଲେ । ଏହି ଅବସରରେ ରୋଗୀମାନଙ୍କ ପରାମର୍ଶ ଲାଗି ଦେବାନନ୍ଦ ବୈଦ୍ୟ କୁଟିର , ଆରୋଗ୍ୟ ବିହାର ନାମକ କେନ୍ଦ୍ରକୁ ମୁଖ୍ୟ ଅତିଥି ଶୁଭ ଉଦଘାଟନ କରିବା ସହ ବୈଦ୍ୟମାନଙ୍କ ପାଇଁ ଆନୁସଙ୍ଗିକ ବିକାଶ ପାଇଁ ସହଯୋଗ କରିବାକୁ ପ୍ରତିଶ୍ରୁତି ଦେଇଥିଲେ । ମରୁଆଁ ଓ ତମିଆଁ ଗ୍ରାମର ବରିଷ୍ଠ ବୈଦ୍ୟ ଗଙ୍ଗାଧର ବେହେରା( ୮୨)ଓ ପ୍ରତାପ ବରିହା (୧୦୨) ଙ୍କୁ ଉପଢୌକନ ମାନପତ୍ର ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ସମ୍ମାନିତ ଅତିଥି କୋଶଳ ଗନ୍ଧମାର୍ଦ୍ଦନ ବୈଦ୍ୟ ମହାସଂଘ ସଭାପତି ଶ୍ରୀ ଗୁରୁ ବୈଦ୍ୟମାନଙ୍କ ପାରମ୍ପରିକ ଚେରି ମୂଳ ଔଷଧସେବନ ଉପରେ ଆଲୋକପାତ କରାଯାଇଥିବା ବେଳେ କୋରୋନା କଟକଣା ଯୋଗୁଁ ଅନେକ ବୈଦ୍ୟ କଞ୍ଚାମାଲ ସଂଗ୍ରହ ସମସ୍ୟା ଦେଖାଦେଇଥିବା ବେଳେ ଦୋକାନ ବଜାର ବନ୍ଦ ହେତୁ ରୋଜଗାର ହରାଇ ବହୁତ ଅସୁବିଧା ସମ୍ମୁଖୀନ ହୋଇଥିବା ବେଳେ ସରକାରୀ ସହାୟତା ଯୋଗାଇ ଦେବା ପାଇଁ ବିଧାୟକ ଶ୍ରୀ ମେହେରଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜୀବନ୍ୟାସ ସଂପାଦକ ମିନକେତନ ପ୍ରଧାନ ବୈଦ୍ୟ ମହାସଂଘର ଆଗାମୀ ଦିନର କାର୍ଯ୍ୟପନ୍ଥା ଉପରେ ବିବରଣୀ ପଠନ କରିଥିଲେ । ପଶ୍ଚିମ ଓଡ଼ିଶା ପୁନଃ ଉଦ୍ଧାର କଳା ପରିଷଦ ଜିଲ୍ଲା ସଭାପତି ଅମିଲ ପୁଟେଲ, କଲ୍ୟାଣ ସମ୍ପାଦକ ସୁନାରାମ ପୁଟେଲ , ଗନ୍ଧମାର୍ଦ୍ଦନ ବୈନୋଷଧି ସୋସାଇଟି ନୃସିଂହନାଥ ସମ୍ପାଦକ ବିଭୁତି ଭୁଷଣ ମୁଣ୍ଡ, ଆୟୁର୍ବେଦ ଗବେଷକ ବଲାଙ୍ଗୀର ପଣ୍ଡିତ ହରିଶ୍ଚନ୍ଦ୍ର ବେହେରା , ଆୟୁର୍ବେଦ ହସ୍ପିଟାଲ ଯୋଗିମୁଣ୍ଡା ଡଃ ଯୁବରାଜ ମେହେର, ଆୟୁର୍ବେଦ ଡ ଜୟନ୍ତ କୁମାର ମେହେର, ଦୀନବନ୍ଧୁ ମେହେର ପ୍ରମୁଖ ନିମନ୍ତ୍ରିତ ଅତିଥି ଭାବେ ଯୋଗଦେଇ ଥିଲେ । ପୂଜାକର୍ତ୍ତା ଭାବରେ ବୈଦ୍ୟ ଦେବାନନ୍ଦ ସାହୁ ଓ ତାଙ୍କ ଧର୍ମପତ୍ନୀ ପଦ୍ମିନୀ ସାହୁ କାର୍ଯ୍ୟ ନିର୍ବାହ କରିଥିବା ବେଳେ କାର୍ଯ୍ୟକ୍ରମକୁ ଜୀବନ୍ୟାସ ସଂପାଦକ ମିନକେତନ ପ୍ରଧାନ ପରିଚାଳନା କରିଥିଲେ । ବୈଦ୍ୟ ସୁଶିଲ କୁମାର ପ୍ରଧାନ, ଗୋକୁଳ ସାହୁ, ଭୀମ ସେଠ, ମଧୁକିଶୋର ଗଡତ୍ୟା, ଜୟସିଂବଢିଆ, ନେତ୍ରାନନ୍ଦ ସାହୁ, ହରିଶ୍ଚନ୍ଦ୍ର ସେଠ, ଦିଲ୍ଲିପ ପୁଟେଲ, ରାଧେଶ୍ୟାମ ସାହୁ, ଦୂର୍ଯ୍ୟୋଧନ ଶଗଡିଆ, ସଂକିର୍ତନ ମାଝୀ , ଶାନ୍ତନୁ ବୁଧିଆ, ପୂର୍ଣ୍ଣ ପ୍ରଧାନ ପ୍ରମୁଖ କାର୍ଯ୍ୟ କ୍ରମରେ ପୂର୍ଣ୍ଣ ସହଯୋଗ କରିଥିଲେ । ଶତାଧିକ ବୈଦ୍ୟ ଯୋଗଦେଇ ଥିବା ବେଳେ ସମାଜ ସେବୀ ଗଣ୍ଡାରାମ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

hiranchal ad1
Leave A Reply

Your email address will not be published.

eight + nine =