ଆମେରିକାରେ ଓଡିଆ ସମାଜର ନୁଆଁଖାଇ ଭେଟଘାଟ : ପ୍ରଦର୍ଶିତ ହେଲା ପ୍ରଦ୍ୟୁମ୍ନ ସାହୁଙ୍କ ନାଟକ ‘ନୂଆଁଖାଇ’

0 77

ସୁବର୍ଣ୍ଣପୁର: ଆମେରିକାରେ ବସବାସ କରୁଥିବା ଓଡ଼ିଆ ସମାଜ ଓସାକାଲ (ଙଝଇଉଇଖ) ଦ୍ୱାରା ଗତ ୧୭ ସେପ୍ଟେମ୍ବର ୨୦୨୧ ପ୍ରଥମ ଥର ପାଇଁ “ନୂଆଁଖାଇ ଭେଟଘାଟ’ ଉତ୍ସବ ଜୁମ୍‌ ଆପ୍‌ ମାଧ୍ୟମରେ ପାଳିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଯୋଗଦାନ କରିଥିଲେ ଜାତୀୟ ପୁରସ୍କାରପ୍ରାପ୍ତ ଓଡ଼ିଆ ସିନେମାର ପ୍ରତିଷ୍ଠିତ ନିର୍ଦ୍ଦେଶକ ଡ. ସବ୍ୟସାଚୀ ମହାପାତ୍ର । ସମ୍ମାନିତ ଅତିଥି ଭାବରେ ଯୋଗ ଦେଇଥିଲେ ଲୋକସଙ୍ଗୀତର ବିଶିଷ୍ଟ ଗୀତିକାର ଓ କଣ୍ଠଶିଳ୍ପୀ ସର୍ବେଶ୍ୱର ଭୋଇ । ଏହି ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ କୋଶଳୀ-ସମ୍ବଲପୁରୀ ନାଟ୍ୟକାର ପ୍ରଦ୍ୟୁମ୍ନ କୁମାର ସାହୁ ଏବଂ ନାଟ୍ୟ ନିର୍ଦ୍ଦେଶକ ଦେବୁ ପଣ୍ଡାଙ୍କ ନାଟକ ପ୍ରଦର୍ଶିତ ହୋଇଥିଲା । ଏହି କାର୍ଯ୍ୟକ୍ରମକୁ ଆମେରିକାର ବିଭିନ୍ନ ସହରରେ ଅବସ୍ଥାନ କରୁଥିବା ଶତାଧିକ ଓଡ଼ିଆ ପରିବାର ଡିଜିଟାଲ ଗଣମାଧ୍ୟମ ଦ୍ୱାରା ସଂଯୋଜିତ ହୋଇ ଉପଭୋଗ କରିପାରିଥିଲେ । ସମ୍ବଲପୁରୀ ଗୀତରେ ବିଭୋର ହୋଇଥିଲେ ଦର୍ଶକ । କସ୍ତୁରୀ ଓ ଦେବ ମହାପାତ୍ର, ମିନତୀ ଓ ପ୍ରତାପ ମିଶ୍ର, ମୀରା ଦାସ, ସରୋଜ ବେହେରା ପ୍ରଭୁତି ବ୍ୟକ୍ତିତ୍ୱ ନୂଆଁଖାଇର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ ମଧ୍ୟ କରିଥିଲେ । “ଓଷା’ର ପୂର୍ବତନ ସଭାପତି କୁକୁ ଦାସ, ଯୋଗ ଗୁରୁ ମନୋଜ ଯୋଶୀ,ଗାୟତ୍ରୀ ଯୋଶୀ, ଅରୁନ୍ଧତୀ ମିଶ୍ର ଏବଂ ଓସାକାଲର ପୂର୍ବତନ ସଭାପତି ସରିତା ଜଗତଜିତା ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଏବଂ ସର୍ବଶେଷରେ ଆମ ସଂସ୍କୃତିକୁ ପ୍ରାଧାନ୍ୟ ଦେଇଥିବାରୁ ଓସାକାଲର ସଭାପତି ଦୀପ୍ତି ମଲ୍ଲିକ, ଉପସଭାପତି ରଶ୍ମିତା ବରାଳ ସମ୍ପାଦକ ସୁଦାମ ମିଶ୍ରଙ୍କୁ ଧନ୍ୟବାଦ୍‌ ଅର୍ପଣ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

eleven + eight =