୨୬ରେ ନବୀନ ନିବାସ ଘେରିବ ଛାତ୍ର କଂଗ୍ରେସ

0 56

ଭୁବନେଶ୍ୱର: ଆସନ୍ତା ୨୬ ତାରିଖ ଭିତରେ ଯଦି ମମିତାଙ୍କ ପରିବାରକୁ ନ୍ୟାୟ ନ ମିଳେ ଏବଂ ସରକାର ଏକ କୋଟି ଟଙ୍କା ଅନୁକମ୍ପା ରାଶି ପ୍ରଦାନ ନ କରନ୍ତି, ତେବେ ସେହି ଦିନ ଛାତ୍ର କଂଗ୍ରେସ ନବୀନ ନିବାସ ଘେରାଉ କରିବ । ଛାତ୍ର କଂଗ୍ରେସ ସଭାପତି ୟାସିର୍‌ ନୱାଜ  ଏଭଳି ଚେତାବନୀ ଦେଇଛନ୍ତି । ୟାସିର୍‌ କହିଛନ୍ତି ଯେ ଏହି ଜଘନ୍ୟ ହତ୍ୟା ପ୍ରସଙ୍ଗରେ ରାଜ୍ୟ ସାରା ଛାତ୍ର କଂଗ୍ରେସର ନେତା ଓ କର୍ମୀ ଗଣତାନ୍ତ୍ରିକ ପ୍ରକ୍ରିୟାରେ ଆନ୍ଦୋଳନ କରୁଛନ୍ତି ।

hiring

ମାତ୍ର ରାଜ୍ୟ ସରକାର ସେମାନଙ୍କ ଉପରେ ପୁଲିସ୍‌ ଦ୍ୱାରା ଜୁଲମ କରୁଛନ୍ତି । ରାଜ୍ୟ ସରକାର ଗଣତନ୍ତ୍ରର କଣ୍ଠରୋଧ କରନ୍ତୁ ନାହିଁ ବୋଲି ୟାସିର୍‌ ଚେତାବନୀ ଦେଇଛନ୍ତି । ଏନେଇଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ଛାତ୍ର ସାଧାରଣ ସମ୍ପାଦକ ରଜତ ଚୌଧୁରୀ କହିଛନ୍ତି ଯେ, ଯେତେ ଚେଷ୍ଟା କଲେ ବି ରାଜ୍ୟ ସରକାର ଅପରାଧକୁ ଘୋଡ଼ାଇ ପାରିବେ ନାହିଁ । ଛାତ୍ର କଂଗ୍ରେସ ନବୀନ ନିବାସ ଭିତରକୁ ଯାଇ ତାଙ୍କର ଅନ୍ଧାକାନୁନର ପ୍ରତିବାଦ କରିବ ।

hiranchal ad1
Leave A Reply

Your email address will not be published.

4 × one =