ମୋଷ୍ଟ୍ ଓ୍ବାଣ୍ଟେଡ୍ ଗୋବିନ୍ଦ ସାହୁ ଗିରଫ

0 373

କଳାହାଣ୍ଡି ୧୯।୧୦: କଳାହାଣ୍ଡି ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜ ଘଟଣାର ମୋଷ୍ଟ ଓ୍ବାଣ୍ଟେଡ ଗୋବିନ୍ଦ ସାହୁ ଗିରଫ । ଫେରାର ଥିବା ଗୋବିନ୍ଦ ସାହୁଙ୍କୁ ସିନ୍ଦେକେଲା ଥାନା ବୁଢୀପଦର ଗାଁର ଏକ ଆଖୁ କିଆରୀରୁ ଗିରଫ କଲା ବଲାଙ୍ଗୀର ପୋଲିସ । ଟ୍ବିଟ୍ କରି ବଲାଂଗୀର ଏସପି ସୂଚନା ଦେଇଛନ୍ତି ।ସନସାଇନ୍ ସ୍କୁଲ ଅଧ୍ୟକ୍ଷା ମମିତା ମେହେର ନିଖୋଜର ୧୨ ଦିନ ପରେ ମିଳିଛି ଚାଞ୍ଚଲ୍ୟକର ତଥ୍ୟ । ପୋଲିସ ଉପସ୍ଥିତିରେ ମହାଲିଙ୍ଗ ସ୍ଥିତ ସରକାରୀ ସ୍କୁଲର ନିର୍ମାଣଧୀନ ଖେଳ ପଡିଆରୁ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ସାଇଣ୍ଟିଫିକ୍ ଟିମ୍ ଯାଞ୍ଚ କରିଥିଲା ।  ପ୍ରାୟ ୫ ଫୁଟ ମାଟି ତଳୁ ପୋଡା ହାଡ, ରୂପା ପାଉଁଜି, ଭ୍ୟାନିଟି ବ୍ୟାଗ ଜବତ କରିଛି ସାଇଣ୍ଟିଫିକ୍ ଟିମ୍ । ସେସବୁ ମମିତାଙ୍କର ବୋଲି ପରିବାରଲୋକ ଚିହ୍ନଟ କରିଛନ୍ତି । ଆବଶ୍ୟକ ପଡିଲେ ଜବତ ହାଡର ଡିଏନଏ ଟେଷ୍ଟ ମଧ୍ୟ କରାଯିବ ।

hiring

hiranchal ad1
Leave A Reply

Your email address will not be published.

fourteen − 8 =