କଂଗ୍ରେସରୁ ଇସ୍ତଫା ଦେଲେ ପ୍ରଦୀପ ମାଝୀ

0 122

ଭୁବନେଶ୍ୱର: ହାତ ଛାଡିଲେ ପ୍ରଦୀପ ମାଝି । କଂଗ୍ରେସର ପ୍ରାଥମିକତା ପଦରୁ ଇସ୍ତଫା ଦେଇଛନ୍ତି ପ୍ରଦୀପ । କଂଗ୍ରେସ ହାଇକମାଣ୍ଡ ସୋନିଆ ଗାନ୍ଧିଙ୍କ ପାଖକୁ ପଠାଇଛନ୍ତି ନିଜର ଇସ୍ତଫା ପତ୍ର । ଗତ କିଛି ଦିନ ତଳେ ସେ ବିଜେଡିରେ ମିଶିବା ନେଇ ଚର୍ଚ୍ଚା ହେଉଥିଲା । ଏହାକୁ ନେଇ ଆରମ୍ଭ ହୋଇଯାଇଥିଲା ନାନା କଳ୍ପନାଜଳ୍ପନା ।

hiring

ବିଜେଡି ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ପ୍ରଦୀପଙ୍କ ସାକ୍ଷାତକାର ବିଷୟକୁ ନେଇ ଆଲୋଚନା ହୋଇଥିଲା । ତେବେ ଆନୁଷ୍ଠାନିକ କାର୍ଯ୍ୟକାରୀ ହେବା ବାକି ଥିଲା ବୋଲି ଚର୍ଚ୍ଚା ବି ହେଉଥିଲା । ପ୍ରଦୀପଙ୍କ ଅନେକ ସମର୍ଥକ ଏହି ଖବର ସତ୍ୟ ବୋଲି କହି ବୁଲୁଥିଲେ । ଏଣୁ ଚର୍ଚ୍ଚା ମିଛ ହୋଇନପାରେ ବୋଲି ରାଜନୀତି ମହଲରୁ ଶୁଣିବାକୁ ମିଳୁଥିଲା ।

ଏଭଳି ସସ୍‌ପେନ୍ସ ଉପରୁ ପରଦା ହଟୁନଥିବାବେଳେ ତୃଣମୂଳସ୍ତରର କର୍ମୀମାନେ ପ୍ରଦୀପଙ୍କୁ ଫୋନ୍‌ କରି ନୟାନ୍ତ କରୁଥିଲ । ହେଲେ ପ୍ରସଙ୍ଗକୁ ପ୍ରଦୀପ ଦୃଢ଼ତାର ସହ ଖଣ୍ଡନ କରୁଥିଲେ । ଏବେ ସବୁ ସସପେନ୍ସରେ ପଡିଛି ପୂର୍ଣ୍ଣଛେଦ । ସେ ବିଦ୍ଧିବଧ ଭାବେ କଂଗ୍ରେସରୁ ଇସ୍ତଫା ଦେଇଛନ୍ତି । ତେବେ ସେ ବିଜେଡିରେ ମିଶିବେ କି ନାହିଁ ସେନେଇ କୌଣସି ସ୍ପଷ୍ଟ ସୂଚନା ନାହିଁ ।

hiranchal ad1
Leave A Reply

Your email address will not be published.

5 × 4 =