ରମ୍ଭା ଥାନାର ନୂତନ କୋଠା ଉଦଘାଟନ କଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ

0 55

ଗଞ୍ଜାମ /ରମ୍ଭା :ଗଞ୍ଜାମ ପୋଲିସ ଜିଲ୍ଲାର ରମ୍ଭା ସହରରେ ରହିଥିବା ରମ୍ଭା ଥାନାର ନୂତନ କୋଠାକୁ ସୋମବାର ଉଦଘାଟନ କରିଛନ୍ତି ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଶ୍ରୀ ଅଭୟ । ପନ୍ଦର ଦିନ ପୂର୍ବରୁ ଏକ ସ୍ପେସିଆଲ ଡ୍ରାଇଭ ଦିଆଯାଇଥିଲା ଗଞ୍ଜାମ ପୁଲିସକୁ ସେଥିରେ ସେମାନେ ଗଞ୍ଜାମ ଏସ.ପିଙ୍କ ଅଣ୍ଡରରେ ରହିଥିବା ପ୍ରତ୍ୟେକ ଥାନାରେ ରହିଥିବା ସମସ୍ତ ୱାରେଣ୍ଟିମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିବାରେ ସଫଳ ହୋଇଥିଲେ । ଯାହାକୁ ନେଇ ସେ ଖୁସିବ୍ୟକ୍ତ କରିବା ସହ ସମସ୍ତ ପୋଲିସ ଅଫିସରଙ୍କୁ ଧନ୍ୟବାଦ ଜଣାଇଥିଲେ । ଛତ୍ରପୁର ବିଧାୟକ ସୁବାସ ଚନ୍ଦ୍ର ବେହେରା ଉକ୍ତ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ ପୁଲିସ ମହାନିର୍ଦ୍ଦେଶକଙ୍କୁ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ । ରାଜ୍ୟ ସରକାର ରମ୍ଭାରେ ଏପରି ଏକ କୋଠା ନିର୍ମାଣ କରିଥିବାରୁ ମହାନିର୍ଦ୍ଦେଶକ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଇଥିଲେ । ଡି ଜି ପି ଙ୍କ ସହ ଦକ୍ଷିଣାଞ୍ଚଳ ଡି ଆଇ ଜି ସତ୍ୟବ୍ରତ ଭୋଇ ସମ୍ମାନିତ ଅତିଥିବାବେ ଯୋଗଦେଇ ଉକ୍ତ କୋଠାରେ ଷ୍ଟାପ ମାନଙ୍କ ପାଇଁ ସମସ୍ତ ଆନୁସାଙ୍ଗିକ ବ୍ୟବସ୍ଥା ରହିଥିବା କହିଥିଲେ ।

hiring

ଅପରାଧ ପ୍ରବଣ ରମ୍ଭା ଥାନା ଇଲାକକାରେ ନୂତନ ବ୍ୟବସ୍ଥା ଦ୍ୱାରା ଅପରାଧକୁ ରୋକା ଯାଇପାରିବ ବୋଲି କହିଥିଲେ । ସାଇବର କ୍ରାଇମକୁ ରୋକିବା ଲାଗି ଗଞ୍ଜାମ ପୁଲିସ ଜିଲ୍ଲାରେ ପୁଲିସ ଅଧିକାରୀ ମାନଙ୍କୁ ଟ୍ରେନିଂ ଦିଆଯାଉଥିବା କହିଥିଲେ । ଜନ ସଚେତନ ରହିଲେ ସାଇବର କ୍ରାଇମ ବହୁ ମାତ୍ରାରେ କମିଯିବ ବୋଲି ସାମ୍ବାଦିକଙ୍କ ଉତ୍ତରରେ ଦକ୍ଷିଣାଞ୍ଚଳ ଡିଆଇଜି ଶ୍ରୀ ଭୋଇ ସୂଚନା ଦେଇଥିଲେ । ଏସ. ପି ବ୍ରିଜେଶ କୁମାର ରାୟ,ଏସ. ଡି ପି ଓ ଗୌତମ କିଷାନ ପ୍ରମୁଖଙ୍କ ସହ ଅନ୍ୟ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ରମ୍ଭା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ବେହେରାଙ୍କ ତତ୍ତ୍ୱାବଧାନରେ, ହୁମ୍ମା ଫାଣ୍ଡି ଅଧିକାରୀ ଶରତ ଚନ୍ଦ୍ର ଦାଶ, ରମ୍ଭା ଥାନାର ସମସ୍ତ ଷ୍ଟାଫ କାର୍ଯ୍ୟକ୍ରମର ସୁପରିଚାଳନା କରିଥିଲେ । ଶିକ୍ଷାବିତ ବିଜୟ କୁମାର ବିଶ୍ୱାଳ କାର୍ଯ୍ୟକ୍ରମର ସଂଯୋଜନା କରିଥିଲେ ।ସରପଞ୍ଚ ନିରଞ୍ଜନ ରେଡି, ସମିତି ସଭ୍ୟ କୈଳାସ ଚନ୍ଦ୍ର ସ୍ୱାଇଁ,ସୁରଥ ପ୍ରଧାନ, ସରପଞ୍ଚ ପ୍ରତିନିଧି ଅମୂଲ୍ୟ ଦଳାଇ, ସମାଜସେବୀ ତୌରୀ ବେହେରା,ଭୀମସେନ ବେହେରା ପ୍ରମୁଖଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

seventeen − one =