କନ୍ଧମାଳରେ ପୁଣି ୧୦୩ କରୋନା ପଜିଟିଭ ଚିହ୍ନଟ

0 112

କନ୍ଧମାଳ: କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୮୧ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୦୩ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୪୪୮୯ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୩୭୫୧ ଜଣ ସୁସ୍ଥ ହୋଇ ସେମାନଙ୍କ ର ଘରକୁ ଫେରିଛନ୍ତି ।ଜିଲ୍ଲା ରେ ୨୨ ଜଣଙ୍କ କରୋନା ରେ ମୃତ୍ୟୁ ଘଟିଛି ।ଅନ୍ୟାନ୍ୟ କୋଭିଡ଼ ହସ୍ପିଟାଲରେ ଆଉ ୭୧୬ ଜଣ ଚିକିତ୍ସିତ ହେଉଛନ୍ତି ।ତେବେ ଆଜି ଜିଲ୍ଲାର ଚିହ୍ନଟ ହୋଇଥିବା ଆକ୍ରାନ୍ତ ସଂଖ୍ୟା ୧୦୩ ମଧ୍ୟରୁ ବାଲିଗୁଡା ର ୧୧ଜଣ, ଚକାପାଦ ର୧୩ ଜଣ, ଦାରିଙ୍ଗବାଡିର୦୫ ଜଣ, ଜି ଉଦୟଗିରି ର୯ ଜଣ,କ ନୂଆଗାଁ ର ୪ଜଣ, ଖଜୁରିପଡା ର ୧୦ଜଣ, କୋଟଗଡ ର ୨ଜଣ,ଫିରିଙ୍ଗିଆ ର ୧୦ଜଣ, ଫୁଲବାଣୀ ର ୨୧ଜଣ, ରାଇକିଆ ର୮ ଜଣ, ଟିକାବାଲି ର ୭ଜଣ, ତୁମୁଡିବନ୍ଧ ର ଜଣେ ଓ ଅନ୍ୟାନ୍ୟ ୨ ଜଣ ରହିଥିବା ନେଇ କନ୍ଧମାଳ ଜିଲ୍ଲାପାଳ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ।ଜିଲ୍ଲା ପ୍ରଶାସନ ତରଫରୁ ଭୟଭିତ ହେବାର କୌଣସି କାରଣ ନାହିଁ ଘରେ ରୁହନ୍ତୁ ଅତି ଆବଶ୍ୟକ ହେଲେ ଘରୁ ବହାରନ୍ତୁ , ବାହାରିଲା ବେଳେ ମାସ୍କ ବ୍ୟବହାର କରନ୍ତୁ ଏବଂ ସାମାଜିକ ଦୁରତା ରକ୍ଷା କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

hiranchal ad1
Leave A Reply

Your email address will not be published.

3 × one =