ଗାଁ ସାଥୀ (ମେଟ) ସଂଘର ୫ ଦଫା ଦାବିପତ୍ର ପ୍ରଦାନ

0 1,860

ବୌଦ୍ଧ : ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟିର ଆହ୍ୱାନ କ୍ରମେ ଆଜି ବୌଦ୍ଧ ଜିଲ୍ଲା ଗାଁ ସାଥୀ ସଂଘ ୫ ଦଫା ସମ୍ବଳିତ ଏକ ଦାବିପତ୍ର ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକଙ୍କୁ ପ୍ରଦାନ କରିଥିବା ଜଣାପଡିଛି । ରାଜ୍ୟ ସରକାରଂକ କେତେକ ତ୍ରୁଟିପୂର୍ଣ୍ଣ ନୀତିକୁ ସେମାନେ ବିରୋଧ କରି ଦାବିପତ୍ର ପ୍ରଦାନ କରିଛନ୍ତି । ସବୁ ଗ୍ରାମରୁ ଏସ. ଏଚ. ଜି. ଗ୍ରୁପରୁ ମେଟ ଚୟନ ପ୍ରକ୍ରିୟାକୁ ବାତିଲ, ଖାଲି ପଦବୀ ପୂରଣ ଓ ମାସକୁ ଅନ୍ତତଃ ୧୦ ଦିନର କାର୍ଯ୍ୟ ପ୍ରଦାନ, ଗାଁ ସାଥୀ ମାନଙ୍କ ଏକ ନିର୍ଭୁଲ୍ ଓ ସ୍ପଷ୍ଟ ଡାଟା ବେସ୍ ପ୍ରସ୍ତୁତି, ପର୍ଯ୍ୟାପ୍ତ ପ୍ରଶିକ୍ଷଣ ପ୍ରଦାନ ଓ ଜବ୍ କାର୍ଡଧାରୀ ମାନଙ୍କୁ ୨୦୦ ଦିନର କାମ ପ୍ରଦାନ ଏବଂ ୨୮୬ରୁ ଉର୍ଦ୍ଧ୍ୱ ଟଙ୍କାର ମଜୁରୀ ପ୍ରଦାନ ଆଦି ଦାବିପତ୍ର ରେ ଉଲ୍ଲେଖ କରାଯାଇଛି । ଆଜିର କାର୍ଯ୍ୟକ୍ରମରେ ଜିଲ୍ଲା ସଭାନେତ୍ରୀ ମହିମା ବତୀ ଭୋଇ, ସାଧାରଣ ସମ୍ପାଦକ ଅଭୟ କୁମାର୍ ଡାକୁଆ, କଣ୍ଟାମାଳ ବ୍ଲକ୍ ସଭାପତି ଠାକୁର ଚରଣ ନାଏକ, ହରଭଂଗା ବ୍ଲକ୍ ସଭାପତି ଗଣେଶ କୁମାର୍ ବେହେରା, ସଂଜୀବ ନାଏକ, ଦାମୋଦର ମିଶ୍ର, ଗ୍ୟାନ ରଂଜନ ବେହେରାଙ୍କ ସମେତ ଶତାଧିକ ଗାଁ ସାଥୀ ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

four × 2 =