ଶ୍ରୀ ଶ୍ରୀ ମହାବୀର ପୂଜା କମିଟି ପୂଜାରେ ଜନସାଧାରଣଙ୍କୁ କରୋନା ସଚେତନତା ବାର୍ତ୍ତା ବାଣ୍ଟିବ

0 93

ଭୁବନେଶ୍ୱର : ନୟାପଲ୍ଲୀ ୱାର୍ଡ଼ ନଂ-୩୯ ଅଧିନରେ ଥିବା ନୂଆସାହିର ଶ୍ରୀ ଶ୍ରୀ ଆଖଣ୍ଡଳମଣୀ ସେବା ସଂସଦ ପ୍ରାଙ୍ଗଣରେ ଶ୍ରୀ ମହାବୀର ପୂଜା କିମିଟିର କାର୍ଯ୍ୟକାରୀ ସଭାପତି ମିଲନ କୁମାର ପାଇକରାୟଙ୍କ ସଭାପତିତ୍ୱରେ ଚଳିତ ବର୍ଷ ମହାବୀରଙ୍କ ପୂଜା ପାଇଁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଥିଲା । ବୈଠକ ପୂର୍ବରୁ ସର୍ବପ୍ରଥମେ ନିକଟରେ ମୃତ୍ୟୁବରଣ କରିଥିବା ଅଞ୍ଚଳର ବରିଷ୍ଠ ନାଗରିକ ସ୍ୱର୍ଗତଃ କୃଷ୍ଣଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ପଣ୍ଡା, ସନ୍ତୋଷ କୁମାର ବଳିଆର ସିଂ, ଲଡ଼ୁ କିଶୋର ପାଢ଼ୀଙ୍କ ଉଦ୍ଦେଶ୍ୟରେ ଏକ ମିନିଟ୍ ନୀରବ ପ୍ରାର୍ଥନା କରିବା ସହ ସେମାନଙ୍କ ଅମର ଆତ୍ମାର ସଦ୍‌ଗତି କାମନା କରାଯାଇଥିଲା । ଉକ୍ତ ବୈଠକରେ ସମସ୍ତେ ନିଜ ଭିତରେ ସାମାଜିକ ଦୂରତା ଅବଲମ୍ବନ କରିବା ସହ ମାକ୍ସ ପିନ୍ଧି ସାନିଟାଇଜ୍ ହୋଇ ବୈଠକରେ ଅଂଶଗ୍ରହଣ କରିଥିଲେ । ଚଳିତ ବର୍ଷ ପୂଜାରେ ରାଜ୍ୟ ସରକାରଙ୍କର ସମସ୍ତ କୋଭିଡ଼୍ ନିୟମ ପାଳନ କରାଯାଇ ପୂଜା ୪ ଦିନ ବ୍ରାହ୍ମଣକୁ ମିଶାଇ ଆଠରୁ ଦଶଜଣ ସଦସ୍ୟଙ୍କ ଭିତରେ ଉପସ୍ଥିତ ରହି ପୂଜା ପରିଚାଳନା କରିବା ସହ ପୂଜା ମଣ୍ଡପ ସମ୍ମୁଖରେ ରାସ୍ତାରେ ଯାଉଥିବା ଲୋକମାନଙ୍କୁ ସାନିଟାଇଜ୍‌, ମାକ୍ସ ଓ କରୋନା ସଚେତନତା ପାଇଁ କମିଟି ତରଫରୁ ଲିଫ୍‌ଲେଟ୍ ବଣ୍ଟନ କରାଯିବ ଓ ମଣ୍ଡପ ସମ୍ମୁଖରେ ହୋଡ଼ିଙ୍ଗ୍ ମାଧ୍ୟମରେ ଜନସାଧାରଣଙ୍କୁ ସଚେତନ କରାଯିବ ବୋଲି କମିଟିର କାର୍ଯ୍ୟକାରୀ ସଭାପତି ଶ୍ରୀ ମିଲନ କୁମାର ପାଇକରାୟ ସୂଚନା ଦେଇଛନ୍ତି । କରୋନା ପରିସ୍ଥିତି ଅତି ଜଟିଳ ହେତୁ ଚଳିତ ବର୍ଷ କମିଟିର ସଦସ୍ୟ ମାନଙ୍କୁ ଛାଡ଼ି ଦେଲେ ଅନ୍ୟ କାହାଠାରୁ ପୂଜା ପାଇଁ ଆର୍ଥୀକ ସାହାର୍ଯ୍ୟ ମଗାଯିବ ନାହିଁ ବୋଲି କମିଟିର ସଭାପତି ବିବେକାନନ୍ଦ କର ଓ ସାଧାରଣ ସମ୍ପାଦକ ଶୈଳେନ୍ଦ୍ର ପ୍ରସାଦ ରାୟ ଓ କର୍ତ୍ତା ରମେଶ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି । ଏହି ବୈଠକରେ ଅନ୍ୟମାନଙ୍କ ମଧ୍ୟରେ କମିଟିର ସଂଯୋଜକ ରାଧାବଲ୍ଲଭ ବରାଳ, ପ୍ରଭାତ ପ୍ରଧାନ, ଅନୁଜ ଚନ୍ଦନ ନାୟକ, ପ୍ରତାପ ପ୍ରଧାନ, ଶାଶ୍ୱତ ଲେଙ୍କା, ରାକେଶ କୁମାର ଜାଲି, ସୌମ୍ୟରଞ୍ଜନ ସ୍ୱାଇଁ, ପବିତ୍ର ବଳିଆର ସିଂ ଙ୍କ ସମେତେ କମିଟିର କିଛି ସଦସ୍ୟ ଉପସ୍ଥିତ ଥିଲେ । ଅନୁଜ ଚନ୍ଦନ ନାୟକ, ପ୍ରତାପ ପ୍ରଧାନ, ଶାଶ୍ୱତ ଲେଙ୍କା, ରାକେଶ କୁମାର ଜାଲି, ସୌମ୍ୟରଞ୍ଜନ ସ୍ୱାଇଁ, ପବିତ୍ର ବଳିଆର ସିଂଙ୍କ ସମେତେ କମିଟିର କିଛି ସଦସ୍ୟ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

sixteen + sixteen =