ସମ୍ବଲପୁର ଜିଲ୍ଲାରେ ପୁଣି ନୂଆ ୧୩୧ଜଣ ପଜିଟିଭ ଚିହ୍ନଟ

0 75

ସମ୍ବଲପୁର,୩୦/୯- ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟରେ ପୁଣି ନୂଆ ପଜିଟିଭ ଭାବେ ୧୩୧ ଜଣ ଚିହ୍ନଟ ହୋଇଛନ୍ତି । ବିଗତ ତିନି ସପ୍ତାହ ହେଲା ୈନିକ ଚିହ୍ନଟହାର ଶତାଧିକ ରହିଆସୁଛି, ଯାହାକି ପ୍ରଶାସନ ସହିତ ଜିଲ୍ଲା ପ୍ରଶାସନର ମଧ୍ୟ ଚିନ୍ତା ବଢାଉଛି । ଜିଲ୍ଲାରେ ସ୍ଥିତି ଦିନକୁ ଦିନ ଅବନତି ଆଡକୁ ଗତି କରୁଥିଲେ ମଧ୍ୟ ଜନସାଧାରଣଙ୍କ ମନରେ ଅପେକ୍ଷା ଅନୁରୂପେ ସଚେତନତା ଆସିପାରୁ ନାହିଁ । ଆର୍ଥିକ ମାନ୍ଦାବସ୍ଥାରୁ ଉଦ୍ଧାର କରିବା ପାଇଁ ଦୋକାନ ବଜାର ସବୁ ଖୋଲି ଦିଆଯାଇଛି, ହେଲେ ଲୋକେ ସେଠାରେ ଜନଗହଳି କରି ସ୍ଥିତିକୁ ଆହୁରି ବିପନ୍ନ କରୁଛନ୍ତି । ସାର୍ବଜନିକ ସ୍ଥାନରେ ମାସ୍କପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ଆଦି କଟକଣା ପ୍ରତି କାହାରି ନିଘା ନାହିଁ । ଏସବୁ କଟକଣାଗୁଡିକୁ କଡାକଡି ଭାବେ ପାଳନକରିବା ପାଇଁ ପୁଲିସ ପକ୍ଷରୁ ଯେତେ ତତ୍ପରତା ଦେଖାଇଲେ ମଧ୍ୟ ଏଥିରେ ଲୋକଙ୍କ ସହଯୋଗ ଅଭାବ ରହୁଛି । ଏହି ପରିପ୍ରେକ୍ଷୀରେ ପୁଲିସ ବିଭିନ୍ନ ସ୍ଥାନରେ ନାକା ଲଗେଇ କଟକଣା ଯାଞ୍ଚ କରୁଛି ଓ ଅମାନିଆଙ୍କ ଠାରୁ ଜୋରିମାନା ଆଦାୟ କରୁଛି । ବିଗତ ୨୪ଘଣ୍ଟା ମଧ୍ୟରେ ୪୭୬ ଜଣଙ୍କ ଠାରୁ ୩.୪୮ଲକ୍ଷ ଟଙ୍କା ଜୋରିମାନା ଆଦାୟ କରାଯାଇଛି । ସେପଟେ ପ୍ରଶାସନ ପକ୍ଷରୁ ନାଗରିକ ସମ୍ପର୍କ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟ ଗତକାଲିଠାରୁ ଆରମ୍ଭ କରାଯାଇଛି । କିନ୍ତୁ ଏସବୁ ଅଭିଯାନର କୌଣସି ପ୍ରଭାବ ଜନସାଧାରଣ ଉପରେ ପଡିଲା ପରି ଜଣାପଡୁନାହିଁ । ପ୍ରଶାସନ ପକ୍ଷରୁ ପ୍ରାପ୍ତ ସ୍ଥିତି ଅନୁସାରେ ଜିଲ୍ଲା ରେ ଏପର୍ଯ୍ୟନ୍ତ ସମୁଦାୟ ୫୯୮୨ ଜଣଙ୍କୁ କରୋନା ପଜିଟିଭ ଭାବେ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୨୨ଜଣଙ୍କ ମୃତ୍ୟୁ ହୋଇଛି, ୪୭୧୨ ଜଣ ସୁସ୍ଥ ହୋଇ ଘରକୁ ଫେରି ଗଲେଣି ଓ ବାକି ୧୨୪୮ଜଣ କୋଭିଡ ହସ୍ପିଟାଲରେ ଚିକିତ୍ସା ଚାଲିଛି ।

hiranchal ad1
Leave A Reply

Your email address will not be published.

eighteen − four =