ଜିଲ୍ଲା ପ୍ରଶାସନ ପକ୍ଷରୁ ଦ୍ୱିତୀୟ ପର୍ଯ୍ୟାୟରେ ନାଗରିକ ସମ୍ପର୍କ ଅଭିଯାନ

0 79

ସମ୍ବଲପୁର,୩୦/୯- କୋଭିଡ ମୁକାବିଲା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ସଞ୍ଚାଳିତ ନାଗରିକ ସମ୍ପର୍କ ଅଭିମାନ ବର୍ତ୍ତମାନ ଦ୍ୱିତୀୟ ପର୍ଯ୍ୟାୟରେ ଆସି ପହଞ୍ଚିଛି । ଏହା ପୂର୍ବରୁ ଏହାର ପ୍ରଥମ ପର୍ଯ୍ୟାୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ସମାଜର ବିଭିନ୍ନ ସ୍ତରରେ ନାଗରିକଙ୍କ ସହିତ ପ୍ରତ୍ୟକ୍ଷ ବାର୍ତ୍ତାଲାପ ସହିତ ସମ୍ପର୍କ ଅଭିଯାନ କରାଯାଇଥିଲା । ଏଥିରେ ସେମାନଙ୍କୁ ଛୋଟ ଛୋଟ ସମୁଦାୟରେ ଡକାଯାଇ ସେମାନଙ୍କ ମତାମତ ନିଆଯାଇଥିଲା । ସେମାନଙ୍କ ଠାରୁ ପ୍ରାପ୍ତ ବସ୍ତୁସ୍ଥିତି ଉପରେ ସୂଚନା ଓ ପରାମର୍ଶକୁ ଆଖି ଆଗରେ ରଖି ଆଗାମୀ କାର୍ଯ୍ୟକ୍ରମ ପ୍ରସ୍ତୁତ କରାଯାଇଛି । ଗତକାଲି ଆରମ୍ଭ ହୋଇଥିବା ଏହି ନାଗରିକ ସମ୍ପର୍କ ଅଭିଯାନର ଦ୍ୱିତୀୟ ପର୍ଯ୍ୟାୟରେ ପ୍ରଶାସନ ପକ୍ଷରୁ ସଦର ଉପଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ, ମହାନଗର ନିଗମ ଆୟୁକ୍ତ ଅନିରୁଦ୍ଧ ପ୍ରଧାନଙ୍କ ସହିତ ନିଗମ ସ୍ୱାସ୍ଥ୍ୟାଧିକାରୀ ଡା ମହେନ୍ଦ୍ର ନନ୍ଦ ପ୍ରମୁଖ ଉଦବୋଧନ ଦେଇଥିଲେ । ଜିଲ୍ଲାପାଳ ଶୁଭମ ସକସେନା ନିଜେ ଗଣମାଧ୍ୟମକୁ ଏବିଷୟରେ ସୂଚନା ପ୍ରଦାନ କରିଛନ୍ତି ।

hiranchal ad1
Leave A Reply

Your email address will not be published.

11 + 7 =