ବୌଦ୍ଧ : ଆଜି ୧୦ କରୋନା ପଜିଟିଭ ଚିହ୍ନଟ

0 2,519

ବୌଦ୍ଧ,୩୦/୯ – ଆଜି ବୌଦ୍ଧଜିଲ୍ଲାରେ ପୁଣି ନୂତନ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୧୦ ଜଣ କରୋନା ପଜିଟିଭ ମଧ୍ୟରେ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୨ ଜଣ, ହରଭଙ୍ଗା ବ୍ଲକ୍‌ ଛତ୍ରଙ୍ଗ ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମରୁ ୧ ଜଣ, କଣ୍ଟାମାଳ ବ୍ଲକ୍‌ ଉଚ୍ଚବାହାଲି ଗ୍ରାମରୁ ୧ ଜଣ, ଦେଉଳି ଗ୍ରାମରୁ ୧ ଜଣ, ଘଣ୍ଟାପଡା ଗ୍ରାମରୁ ୧ ଜଣ ଓ ହରିଡା ଖୋଲ ଗ୍ରାମରୁ ୧ ଜଣ ବୋଲି ଜଣାପଡିଛି । ଅନ୍ୟ ଦୁଇ ଜଣ ଜିଲ୍ଲା ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିବା ହେତୁ ତାଙ୍କ ସମ୍ପର୍କରେ କୌଣସି ସୂଚନା ପ୍ରଶାସନ ନିକଟରେ ଉପଲବଧ ନଥିବା ଡାକ୍ତର ପ୍ରଧାନ ସୂଚନା ଦେଇଛନ୍ତି । ଆଜିର ୧୦ ପଜିଟିଭଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୭୧ରେ ପହଞ୍ଚିଲା ।

hiranchal ad1
Leave A Reply

Your email address will not be published.

eight + 6 =