କୋଭିଡ-୧୯ ସମୟରେ ପଶୁ ସଂପଦ ବିଭାଗ ପକ୍ଷରୁ ବିଭିନ୍ନ ଯୋଜନାରେ ହିତାଧିକାରୀଙ୍କୁ ସହାୟତା

0 98

ପାରଳାଖେମୁଣ୍ଡି,୩୦/୯- ଗଜପତି ଜିଲ୍ଲା ପ୍ରାଣୀସଂପଦ ବିକାଶ ପକ୍ଷରୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଇଛି । କୋଭିଡ-୧୯ରେ ଯେପରି ଲୋକେ ନିଜର ଜୀବନଜୀବିକା ପାଇ ପାରିବେ ଓ ସ୍ୱାବଲମ୍ବୀ ହୋଇପାରିବେ ସେମାନଙ୍କର ସାମାଜିକ ଅର୍ଥନୈତିକ ବୃଦ୍ଧି ପାଇବ ସେମାନେ ଯେପରି ସମାଜର ମୁଖ୍ୟ ସ୍ରୋତରେ ପହଞ୍ଚିପାରିବେ ସେ ନେଇ ଓଡ଼ିଶା ସରକାରଙ୍କର ଗଜପତି ପଶୁ ସଂପଦ ବିକାଶ ବିଭାଗ ପକ୍ଷରୁ ଗଜପତି ଜିଲ୍ଲାରେ ବିଭିନ୍ନ ଯୋଜନାମାନ ହାତକୁ ନିଆଯାଇଛି । ଗଜପତି ଜିଲ୍ଲାପାଳ ଅନୁପମ ସାହାଙ୍କ ନିର୍ଦ୍ଦେଶକ୍ରମେ ବିଭାଗୀୟ ଅଧିକାରୀ ହିତାଧିକାରୀ ଚୟନ କରାଯାଇ ୩୫୧ ଜଣଙ୍କୁ କାର୍ଯ୍ୟାଦେଶ ଦିଆଯାଇଛି ସେମାନଙ୍କୁ ବିଭିନ୍ନ ଯୋଜନାରେ ଅନ୍ତର୍ଭୁକ୍ତ କରାଯାଇଛି ଯଥା କୁକୁଡ଼ା ଉତ୍ପାଦନ, ବାଡ଼ି ଅଗଣାରେ କୁକୁଡ଼ାପାଳନ, ଅଣ୍ଡାଦିଆ କୁକୁଡ଼ା ପାଳନ, ଛେଳିପାଳନ ମେଣ୍ଢା ପାଳନ ଓ ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଣ୍ଡାଦିଆ କୁକୁଡ଼ାପାଳନ ନିମନ୍ତେ ହିତାଧିକାରୀ ଚୟନ କରାଯାଇଥିବା ବିଭାଗୀୟ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି । କୋଭିଡ-୧୯ ସମୟରେ ଏହିଭଳି ୮ ଗୋଟି ଯୋଜନା ଚାଲୁ ରହିଛି । ଯାହାଦ୍ୱାରା ହିତାଧିକାରୀମାନେ ନିଜର ଜୀବନଜୀବିକା ସହ ଆର୍ଥିକ ବିକାଶ ଓ ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇପାରିବେ ।

hiranchal ad1
Leave A Reply

Your email address will not be published.

10 + 14 =