ଲୋକଙ୍କ ଉପଯୋଗ ପାଇଁ ଉତ୍ସର୍ଗକୁ ୫ ଅକ୍ସିଜେନ ସିଲିଣ୍ଡର ଦେଲା ଏସଡିସିଏ

0 100

ସମ୍ବଲପୁର,୩୦/୯- ସ୍ଥାନୀୟ ଔଷଧ ବିକ୍ରେତା ସଂଘ ସମ୍ବଲପୁର ଡ୍ରଗିଷ୍ଟ ଏଣ୍ଡ କେମିଷ୍ଟ ଏସୋସିଏଶନ (ଏସଡିସିଏ) ପକ୍ଷରୁ ସ୍ଥାନୀୟ ପ୍ରସିଦ୍ଧ ସ୍ୱେଚ୍ଛାସେବୀ ଅନୁଷ୍ଠାନ “ଉତ୍ସର୍ଗ’କୁ ପାଞ୍ଚଟି ଅକ୍ସିଜେନ ସିଲିଣ୍ଡର ପ୍ରଦାନ କରାଯାଇଛି, ଯାହାକି ଜନସାଧାରଣଙ୍କ ପାଇଁ ଉଦ୍ଦିଷ୍ଟ ବୋଲି କୁହାଯାଇଛି । କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ବର୍ତ୍ତମାନ ଅକ୍ସିଜେନ ସିଲିଣ୍ଡରର ଚାହିଦା ବହୁ ପରିମାଣରେ ବଢିଯାଇଛି । ଏପରିକି ହୋମ କ୍ୱାରେଣ୍ଟାଇନରେ ରହି ଚିକିତ୍ସିତ ହେଉଥିବା ରୋଗୀଙ୍କ ପାଇଁ ଅନେକ ସମୟରେ ଅକ୍ସିଜେନ ଦେବା ଅପରିହାର୍ଯ୍ୟ ହୋଇପଡୁଛି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାନଙ୍କ ପକ୍ଷରୁ ଆବଶ୍ୟକ ସ୍ଥଳେ ଅକ୍ସିଜେନ ସିଲିଣ୍ଡର ଘରେ ପହଞ୍ଚାଇ ଚିକିତ୍ସାଧୀନ ରୋଗୀର ପ୍ରାଣରକ୍ଷା କରାଯିବା ଦିଗରେ ଏହା ଗୁରୁତ୍ୱପୂର୍ଣ୍ଣ ହୋଇପଡିଛି । ସିଲିଣ୍ଡର ପ୍ରଦାନ ସମୟରେ ସଂଘ ସଂପାଦକ ଜୟପ୍ରକାଶ ତ୍ରିପାଠୀଙ୍କ ନେତୃତ୍ୱରେ ଶିବ ପ୍ରସାଦ, ରଞ୍ଜିତ ସାହୁ, ଦୀପକ ପାଢ଼ୀ, ଜ୍ୟୋତିର୍ମୟ ପଣ୍ଡା ଓ ଚନ୍ଦ୍ର ଅଗ୍ରୱାଲ ଆଦି ସଭ୍ୟ ଉପସ୍ଥିତ ରହିଥିଲେ । ଏହି ହସ୍ତାନ୍ତର ସମୟରେ ଉତ୍ସର୍ଗ ପକ୍ଷରୁ ଏହା ଗ୍ରହଣ କରିବାପାଇଁ ସୁଧୀର ପୂଜାରୀ, ପ୍ରଶାନ୍ତ ପାଟଯୋଷୀ, ସରୋଜ ଦାସ, ଲୋକନାଥ ପାଣ୍ଡେ ଓ ନିରଞ୍ଜନ ଦାସ ପ୍ରମୁଖ ଉପସ୍ଥିତ ଥିଲେ ।

hiranchal ad1
Leave A Reply

Your email address will not be published.

one × 4 =