ବାଉଁଶୁଣି ପି.ଏଚ.ସି.ରେ କୋଭିଡ ପରୀକ୍ଷା ପାଇଁ ଦାବୀ

0 711

ବୌଦ୍ଧ /ବାଉଁଶୁଣୀ,୩୦/୯ – ବୌଦ୍ଧ ବ୍ଲକ୍‌ ବାଉଁଶୁଣି ଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପରୀକ୍ଷା ସୁବିଧା ଯୋଗାଇବା ପାଇଁ ଜନସାଧାରଣରେ ଦାବୀ ହେଉଛି । ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଉପରେ ବୌଦ୍ଧବ୍ଲକର ବାଉଁଶୁଣି, ରକସା, ଖଲିଆପାଲି, ମନୁପାଲି, କସୁରବନ୍ଧ, ଅଁଳାପାଲି, ବହିରା, ଗୁନ୍ଦୁଳିଆ, ଆମ୍ବଝରୀ, ତାଲସରଡା, ମୁଣ୍ଡିପଦର, ବ୍ରାହ୍ମଣୀପାଲି ଆଦି ଗ୍ରାମ ପଂଚାୟତର ଲୋକେ ସ୍ୱାସ୍ଥ୍ୟ ସେବା ପାଇଁ ନିର୍ଭର କରିଥାଆନ୍ତି । ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ସମଗ୍ର ବୌଦ୍ଧ ବ୍ଲକର ଜନସାଧାରଣ ଜନ୍ମ ଓ ମୃତ୍ୟୁ ପ୍ରମାଣପତ୍ର ପାଇଥାନ୍ତି । ଦୂରତ୍ୱ ଓ ଯୋଗାଯୋଗ ଦୃଷ୍ଟିରୁ ବାଉଁଶୁଣି ଉତ୍ତମ ସ୍ଥାନ ହୋଇଥିବାରୁ ଦୈନନ୍ଦିନ ସ୍ୱାସ୍ଥ୍ୟ ସମସ୍ୟା ନେଇ ୧୨ ଗୋଟି ଗ୍ରାମ ପଂଚାୟତର ଲୋକେ ସଂପୂର୍ଣ୍ଣ ନିର୍ଭର କରିଥାଆନ୍ତି ।
ବୌଦ୍ଧବ୍ଲକର ଉକ୍ତ ଗ୍ରାମ ପଂଚାୟତର କିଛି ଲୋକ ଆସ୍ତେ ଆସ୍ତେ କରୋନା ଆକ୍ରାନ୍ତ ହେଉଥିବାରୁ ସେମାନଙ୍କ ପରିବାର ଓ ସଂସ୍ପର୍ଶରେ ଆସିଥିବା ଲୋକେ ପରୀକ୍ଷା କରାଇବା ପାଇଁ ବୌଦ୍ଧ ଡାକ୍ତରଖାନାକୁ ଆସିବାକୁ ପଡୁଛି । କୋଭିଡ୍‌ ପାଇଁ ଯାତ୍ରୀ ପରିବହନ ଜିଲ୍ଲାରେ ଠପ୍‌ ହୋଇଯାଇଥିବା ବେଳେ ଲୋକେ କରୋନା ପରୀକ୍ଷା ପାଇଁ ଅନେକ ହଇରାଣ ହେଉଛନ୍ତି । ସେଥିପାଇଁ ବାଉଁଶୁଣି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ କୋଭିଡ ପରୀକ୍ଷା ସୁବିଧା କରାଇବାକୁ ଜନସାଧାରଣରେ ଦାବୀ ହେଉଛି ।

hiranchal ad1
Leave A Reply

Your email address will not be published.

four × 3 =