ବାଇକ୍ ଡିକି ଭାଙ୍ଗି ୭୦ହଜାର ଲୁଟ୍‌

0 248

ବୌଦ୍ଧ : ବୌଦ୍ଧ ଥାନା ମୁର୍ଶୁଣ୍ଢି ଛକ ନିକଟରେ ଆଜି ଏକ ବାଇକର ଡିକି ଭାଙ୍ଗି ୭୦ହଜାର ଟଙ୍କା ଦୁର୍ବୃତ୍ତମାନେ ଲୁଟି ନେଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ବୌଦ୍ଧ ବ୍ଲକ ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ପଲସପାଟ ଗ୍ରାମର ହିମାଂଶୁ ଶେଖର ଓ ରଂଜନ କୁମାର ଗୋଟିଏ ବାଇକ ଯୋଗେ ସମବାୟ ସମିତିରୁ କରିଥିବା ଋଣ ଟଙ୍କା ଉଠାଇବାକୁ ଆସିଥିଲେ । ବ୍ୟାଙ୍କରୁ ହିମାଂଶୁ ୪୦ ହଜାର ଓ ରଂଜନ ୩୦ ହଜାର ଉଠାଇ ଘରକୁ ଫେରୁଥିବା ସମୟରେ ମୁର୍ଶୁଣ୍ଢି ନିକଟରେ ଅଟକ ଥିଲେ । ଗାଡି ରଖି ଏକ ଦୋକାନକୁ ଉଭୟେ ଯାଇଥିଲେ । ଏ ସମୟରେ ପୂର୍ବରୁ ତାଙ୍କୁ ପିଛା କରୁଥିବା ଦୁଇଜଣ ଦୁର୍ବୃତ୍ତ ପଲସର ବାଇକରେ ଆସି ଆଖି ପିଛୁଳାକେ ବାଇକ୍ ଡିକି ଭାଙ୍ଗି ୭୦ହଜାର ଲୁଟି ନେଇଥିଲେ । ଏ ସଂପର୍କରେ ଉଭୟେ ବୌଦ୍ଧ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ପୁଲିସ ଏ ସଂପର୍କରେ ତଦନ୍ତ କରୁଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

twenty − four =