ଆଇସିସି ଟେଷ୍ଟ ମାନ୍ୟତା : ରବିନ୍ଦ୍ର ଜାଡେଜା ହେଲେ ନମ୍ବରୱାନ ଅଲରାଉଣ୍ଡର

0 267

ଦୁବାଇ : ଆଇସିସି ଟେଷ୍ଟ ମାନ୍ୟତା ଘୋଷଣା କରାଯାଇଛି । ଟେଷ୍ଟ ର଼୍ୟାଙ୍କିଙ୍ଗରେ ଭାରତର ଥ୍ରିଡି ପ୍ଲେୟାର ରବିନ୍ଦ୍ର ଜାଡେଜା ଏକ ନମ୍ବର ଅଲରାଉଣ୍ଡର ହୋଇଛନ୍ତି । ଜାଡେଜା ଜେସନ ହୋଲଡରଙ୍କୁ ଏହି ମାମଲାରେ ପଛରେ ପକାଇ ଦେଇଛନ୍ତି । ସାର୍ ରବିନ୍ଦ୍ର ଜାଡେଜା ବର୍ତ୍ତମାନ ୩୮୬ ପଏଣ୍ଟ ପାଇଥିବାବେଳେ ହୋଲ୍ଡର ୩୮୪ ର‌୍ୟାଙ୍କିଙ୍ଗ ପଏଣ୍ଟ ପାଇଛନ୍ତି । ଏହି ପ୍ରସଙ୍ଗରେ ବେନ୍ ଷ୍ଟୋକ୍ସ ତୃତୀୟ ସ୍ଥାନରେ ଅଛନ୍ତି । ଇଂଲଣ୍ଡର ଷ୍ଟୋକ୍ସଙ୍କର ୩୭୭ ର‌୍ୟାଙ୍କିଙ୍ଗ୍ ପଏଣ୍ଟ ରହିଛି । ଅଶ୍ୱିନ ୩୫୩ ପଏଣ୍ଟ ସହ ଚତୁର୍ଥ ସ୍ଥାନରେ ରହିଛନ୍ତି । ଟେଷ୍ଟ ଅଲରାଉଣ୍ଡର ମାନ୍ୟତାରେ ବାଂଲାଦେଶ ଅଲରାଉଣ୍ଡର ଶାକିବ ଅଲ ହାସନ ୫ ନମ୍ବର ସ୍ଥାନରେ ଅଛନ୍ତି । ଏହା ବ୍ୟତୀତ ଷ୍ଟିଭ ସ୍ମିଥ ବ୍ୟାଟିଂ ଟେଷ୍ଟ ମାନ୍ୟତାରେ ଏକ ନମ୍ବରରେ ଅଛନ୍ତି । କେନ୍ ୱିଲିୟମ୍ସନ୍ ଦୁଇ ନମ୍ବରରେ ସ୍ଥାନରେ ରହିଛନ୍ତି । ୪ର୍ଥ ସ୍ଥାନରେ ଭାରତର ବିରାଟ କୋହଲି ରହିଛନ୍ତି ।
ବର୍ତ୍ତମାନ ଟେଷ୍ଟ ଚାମ୍ପିଅନସିପର ଫାଇନାଲ ଖେଳାଯାଉଛି । ଗୋଟିଏ ପଟେ ଏହି ଐତିହାସିକ ଟେଷ୍ଟରେ କୋହଲି ଭାରତର ପ୍ରଥମ ଇନିଂସରେ ୪୪ ରନ୍ ସଂଗ୍ରହ କରିଥିବାବେଳେ ଅନ୍ୟ ପଟେ ୱିଲିୟମସନ ୪୯ ରନ୍ ସଂଗ୍ରହ କରିଛନ୍ତି । ଏହା ବ୍ୟତୀତ ଏପର୍ଯ୍ୟନ୍ତ ଖେଳାଯାଇଥିବା ଟେଷ୍ଟ ମ୍ୟାଚରେ ଅଶ୍ୱିନଙ୍କୁ ୨ ଏବଂ ଜାଡେଜାଙ୍କୁ ଗୋଟିଏ ସଫଳତା ମିଳିଛି ।
ବୋଲିଂ ର଼୍ୟାଙ୍କିଙ୍ଗର ଶୀର୍ଷରେ ପ୍ୟାଟ୍ କମିନ୍ସ ରହିଛନ୍ତି । କମିନ୍ସ ବର୍ତ୍ତମାନ ର଼୍ୟାଙ୍କିଙ୍ଗରେ ୯୦୮ ପଏଣ୍ଟ ପାଇଥିବାବେଳେ ଅଶ୍ୱିନ ଟେଷ୍ଟ ର଼୍ୟାଙ୍କିଙ୍ଗରେ ଦ୍ୱିତୀୟ ସ୍ଥାନରେ ଅଛନ୍ତି । ଅଶ୍ୱିନଙ୍କର ୮୫୦ ରେଟିଂ ପଏଣ୍ଟ ଅଛି । ସାଉଦି ଟେଷ୍ଟ ର଼୍ୟାଙ୍କିଙ୍ଗରେ ତୃତୀୟ ସ୍ଥାନରେ ରହିଛନ୍ତି । ଟେଷ୍ଟ ଚାମ୍ପିଅନସିପ୍ ସମୟରେ ସାଉଦି ଅନ୍ତର୍ଜାତୀୟ କ୍ରିକେଟ୍ ରେ ମଧ୍ୟ ଏକ ସ୍ୱତନ୍ତ୍ର ରେକର୍ଡ ସୃଷ୍ଟି କରିଛି । ଆନ୍ତର୍ଜାତୀୟ କ୍ରିକେଟରେ ୬୦୦ ୱିକେଟ୍ ନେଇ ନ୍ୟୁଜିଲ୍ୟାଣ୍ଡର ପ୍ରଥମ ବୋଲର ହୋଇଛନ୍ତି ସାଉଦି । ଚାମ୍ପିଅନସିପ୍ ର ଫାଇନାଲ୍ ପରେ ଆଇସିସି ପୁନର୍ବାର ସର୍ବଶେଷ ଟେଷ୍ଟ ମାନ୍ୟତା ଘୋଷଣା କରିବ । ଏହି ଖବର ଲେଖିବା ପର୍ଯ୍ୟନ୍ତ କିୱି ଦଳ ଏକ ନମ୍ବର ଟେଷ୍ଟ ଦଳ ହୋଇଥିବାବେଳେ ଭାରତ ଦୁଇ ନମ୍ବରରେ ରହିଛି । ଯେଉଁ ଦଳ ଚାମ୍ପିୟନଶିପ ଟାଇଟଲ ଜିତିବ ସେହିଦଳ ବିଶ୍ୱର ଏକ ନମ୍ବର ଦଳ ହେବ ।

hiranchal ad1
Leave A Reply

Your email address will not be published.

20 − fourteen =