ବେବି ହତ୍ୟା ଘଟଣା : ବିଜେପି ପକ୍ଷରୁ ତହସିଲଦାରଙ୍କୁ ୪ ଦଫା ଦାବିପତ୍ର ପ୍ରଦାନ

0 140

ଦଶପଲ୍ଲା :ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ନୂଆଗାଁ ପଞ୍ଚାୟତ ଧୁନ୍ଦୁ ଗାଡିଆ ଗ୍ରାମର ୬ ବର୍ଷର ନାବାଳିକା ବେବି ହତ୍ୟା ଘଟଣାକୁ ନେଇ ଦଶପଲ୍ଲା ବ୍ଲକ ବିେ ପି ପକ୍ଷରୁ ୪ ଦଫା ଦାବି ସମ୍ବଳିତ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାର ଅକ୍ଷୟ କୁମାର ଖେମୁଣ୍ଡୁଙ୍କୁ ପ୍ରଦାନ କରାଯାଇଛି । ପୂର୍ବତନ ବିଧାୟକ ପୂର୍ଣ୍ଣ ଚନ୍ଦ୍ର ନାଏକଙ୍କ ନେତୃତ୍ୱରେ ଏକ ଦଳ ସ୍ଥାନୀୟ ତହସିଲଦାରଙ୍କ ନିକଟରେ ପହଞ୍ଚି ଏହି ଦାବି ପତ୍ର ପ୍ରଦାନ କରିଛନ୍ତି । ବେବି ହତ୍ୟା ଘଟଣାର ତୁରନ୍ତ ତଦନ୍ତ ସାରୀ ଅଭିଯୁକ୍ତ ବିରୋଧରେ କଠୋର ଦଣ୍ଡବିଧାନ ପାଇଁ ଚାର୍ଜ ସିଟ ଦାଖଲ କରିବା, ମୃତ ବେବିର୍ ପରିବାରକୁ ପ୍ରଶାସନିକ ସୁରକ୍ଷା, ସରକାରୀ ସହାୟତା, ବିଶେଷ ଭାବେ ଦଶପଲ୍ଲା ନିର୍ବାଚନ ମଣ୍ଡଳୀରେ ଥିବା ସମସ୍ତ ଗ୍ରାମରେ ଶିଶୁ ସୁରକ୍ଷା ସମ୍ପର୍କରେ ଲୋକମାନଙ୍କୁ ସଚେତନ ପାଇଁ ସଚେତନତା କାର୍ଯ୍ୟକ୍ରମ କରାଯିବା ପାଇଁ ଦାବି କରାଯାଇଛି । ସୂଚନାଯୋଗ୍ୟ ଯେ ଚଳିତ ମାସ ୧୨ ତାରିଖ ଦିନ ଗାଁ ଦାଣ୍ଡରେ ଖେଳୁଥିବା ବେଳେ ବେବିକୁ ସେହି ଗ୍ରାମର ସାଗର ଦଳେଇ ମୋବାଇଲ ଦେଖାଇବାକୁ କହି ବେବକୁ ଏକ କଦଳୀ ବାରୀକୁ ନେଇ ଯାଇଥିଲା । ପରେ ସାଗର ବେବିକୁ ଦୁଷ୍କର୍ମ କରି ହତ୍ୟା କରିଥିଲା । ଏହି ଘଟଣାରେ ଏବେ ପୋଲିସ ସାଗରକୁ ଗିରଫ କରି କୋର୍ଟ ଚାଲାଣ କରି ଜେଲ ହାଜତ୍‌କୁ ପଠାଇ ଦେଇଥିବା ବେଳେ ୩ ଦିନ ରିମାଣ୍ଡରେ ଆଣିଥିଲା । ଏହି ରିମାଣ୍ଡ ସମୟରେ ପୋଲିସ ସାଗରକୁ ତାର ଗ୍ରାମକୁ ନେଇ ତଦନ୍ତ କରିଥିବାବେଳେ ସାଗର ବେବିକୁ କିପରି ଓ କିଭଳି ହତ୍ୟା କରିଥିଲା ତାହାର ଡେମୋ ଦେଖାଇ ଥିଲା । ପୋଲିସ ପକ୍ଷରୁ ଏହି ଘଟଣାକୁ ଗୁରୁତ୍ୱ ଦିଆଯାଇଥିବା ବେଳେ ଏହାର ତଦନ୍ତ ଜାରି ରହିଛି ।

hiranchal ad1
Leave A Reply

Your email address will not be published.

eighteen − 3 =