ସମ୍ବଲପୁର ଜିଲ୍ଲାର କରୋନା ସ୍ଥିତି କ୍ରମଶଃ ସୁଧୁରୁଛି: ଆଜି ନୂଆ ପଜିଟିଭ ରୂପେ ୨୪ଜଣ ଚିହ୍ନଟ

0 63

ସମ୍ବଲପୁର : ପାର୍ବଣପର୍ବ ରେ ସବୁଆଡେ ବ୍ୟାପକ ଜନଗହଳି ସତ୍ତ୍ୱେ ସମ୍ବଲପୁର ଜିଲ୍ଲାରେ କରୋନା ସଂକ୍ରମଣ ନିୟନ୍ତ୍ରଣରେ ରହିଆସିଛି, ଯାହାକି କି ପ୍ରଶାସନ ସହିତ ଲୋକଙ୍କ ମନରେ ମଧ୍ୟ ଆଶ୍ୱସ୍ତି ଆଣିଛି । ଇତି ମଧ୍ୟରେ ସବୁ ପ୍ରକାର କଟକଣା ଅବ୍ୟାହତ ରହିଥିଲେ ମଧ୍ୟ ଲୋକେ ଏହାକୁ ଭୃକ୍ଷେପ ନ କରି ଉତ୍ସବ ପାଇଁ ମାତିଥିଲେ । ଏହାଦ୍ୱାରା ଆଶଙ୍କା ରହିଥିଲା ଯେ ଏହି ସମୟରେ ସଂକ୍ରମଣ ବଢିପାରେ, କିନ୍ତୁ ସବୁ ପ୍ରକାର ଆଶଙ୍କା ଭୁଲ ପ୍ରମାଣିତ ହୋଇଛି । ସୌଭାଗ୍ୟର କଥା ଯେ ଏହି ସମୟରେ କରୋନା ସଂକ୍ରମଣ ବଢିବା ପରିବର୍ତ୍ତେ ଖସିଛି । ଏହି ବିଷୟରେ କିଛି ବୁଦ୍ଧିଜୀବୀଙ୍କ ମତାନୁସାରେ ସ୍ଥିତିରେ କୌଣସି ଉନ୍ନତି ଆସି ନାହିଁ, ବରଂ ଟେଷ୍ଟିଙ୍ଗ କମ କରାଯିବାରୁ ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ହ୍ରାସପାଉଛି । ସେସବୁ ଯାହା ହେଉ, ଜନସାଧାରଣଙ୍କ ସହିତ ମିଡିଆ ମଧ୍ୟ ଏ ବିଷୟରେ ସରକାରଙ୍କ ଦ୍ୱାରା ଜାରି ପରିସଂଖ୍ୟାନ ଉପରେ ଆଶ୍ରିତ ଓ ଏହା କହୁଛି ଯେ ସ୍ଥିତିରେ ଉନ୍ନତି ଆସିଛି । ଗତ ପ୍ରାୟ ଦଶଦିନ ହେଲା ଦୈନିକ ନୂଆ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୫୦ ତଳକୁ ରହିଆସୁଛି, ଯଦିଓ ଏହାପୂର୍ବରୁ ଏହା ଶତାଧିକ ରହି ଲୋକଙ୍କ ଚିନ୍ତା ବଢାଇ ଚାଲିଥିଲା । ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଜାରି ସୂଚନା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲା ନୂଆ ପଜିଟିଭ ଭାବେ ମାତ୍ର ୨୪ ଜଣଙ୍କୁ ଚିହ୍ନଟ କରାଯାଇଛି । କରୋନା ସ୍ଥିତିରେ ଏପରି ଉନ୍ନତି କେବଳ ଏହି ଜିଲ୍ଲା କାହିଁକି ସମଗ୍ର ରାଜ୍ୟରେ ଦେଖା ଯାଉଛି, ଯାହାକି ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତି ଆଣି ଦେଇଛି ।

hiranchal ad1
Leave A Reply

Your email address will not be published.

17 + thirteen =