ବୌଦ୍ଧ : ୨୫୦୦ ପାର୍‌କଲା କରୋନା, ଆଜି ଜିଲ୍ଲାରୁ ୩୭ ଆକ୍ରାନ୍ତ ଚିହ୍ନଟ

0 1,636

ବୌଦ୍ଧ,୨୭/୧୦ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୩୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜି ୩୭ ପଜିଟିଭକୁ ମିଶାଇ ମୋଟ କରୋନା ପଜିଟିଭ ସଂଖ୍ୟା ଜିଲ୍ଲାରେ ୨୫୨୧ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ବୌଦ୍ଧ ସହରାଞ୍ଚଳ ମଧ୍ୟରୁ ୭ ଜଣ, କଣ୍ଟାମାଳ ବ୍ଲକ୍‌ ରେଙ୍ଗାଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୧ ଜଣ, କଣ୍ଟାମାଳ ଥାନା ପୋଲିସ୍‌ କର୍ମଚାରୀ ମାନଙ୍କ ମଧ୍ୟରେ ୧୩ ଜଣ, ମଲିକୁଦ ଗ୍ରାମରୁ ୩ ଜଣ, ପୋଦାପଦର୍‌ ଗ୍ରାମରୁ ୪ ଜଣ, ଘଣ୍ଟାପଡା ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମରୁ ୧ ଜଣ, ବୌଦ୍ଧ ବ୍ଲକ୍‌ ଜହ୍ନାପଙ୍କ ଗ୍ରାମରୁ ୪ ଜଣ, ଟୁଟୁସିଙ୍ଗା ଗ୍ରାମରୁ ୧ ଜଣ, ତେେତେଲେଙ୍ଗା ଗ୍ରାମରୁ ୧ ଜଣ ବୋଲି ଜଣାପଡିଛି । ସେହିପରି ଜିଲାରେ ୨୩୧୬ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ସାରିଥିବାବେଳେ ୧୯୬ ଜଣ ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି । ୯ ଜଣଙ୍କ ମୃତ୍ୟୁ ହୋଇଥିବା ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ବିରଞ୍ଚି ଧରୁଆ ଗଣମାଧ୍ୟମ ପ୍ରତିନିଧି ମାନଙ୍କୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

twelve − 3 =