ଭାଇଙ୍କୁ ଝରୁଛନ୍ତି ଅନୁଷ୍କା

0 119

ଅନୁଷ୍କା ଶର୍ମା ଦୀର୍ଘ ଦିନ ଧରି ଫିଲ୍ମଠାରୁ ଦୂରରେ ଥିଲେ ମଧ୍ୟ ସେ ତାଙ୍କ ପ୍ରଡକ୍ସନ୍ ହାଉସ୍ ଏବଂ ବିଜ୍ଞାପନରେ ବ୍ୟସ୍ତ ଅଛନ୍ତି । ଅନୁଷ୍କାଙ୍କ ପ୍ରଡକ୍ସନ୍ କମ୍ପାନୀ ତାଙ୍କ ଭାଇ କର୍ନେଶ ଶର୍ମା ପରିଚାଳିତ କରନ୍ତି । ବର୍ତ୍ତମାନ ଅନୁଷ୍କା ତାଙ୍କ ଇନଷ୍ଟା ଷ୍ଟୋରୀରେ ତାଙ୍କ ଭାଇଙ୍କ ଏକ ଥ୍ରୋବ୍ୟାକ୍ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ତାଙ୍କୁ ମନେ ପକାଇଥିବା ଦେଖାଯାଇଛି । ଫଟୋରେ କର୍ନେଶଙ୍କ ସହ ଫିଲ୍ମ ‘ବୁଲବୁଲ’ ଖ୍ୟାତନାମା ଅଭିନେତ୍ରୀ ତୃପ୍ତି ଡିମ୍ରି ମଧ୍ୟ ଅଛନ୍ତି । ଅନୁଷ୍କା ସମସ୍ତଙ୍କୁ ଟ୍ୟାଗ୍ କରି ଲେଖିଛନ୍ତି- “ବହୁତ ମନେପଡୁଛି ।” ଏହି ଫଟୋକୁ କର୍ନେଶ ଏବଂ ତୃପ୍ତି ପୂର୍ବରୁ ମଧ୍ୟ ପୋଷ୍ଟ କରିଥିଲେ । ଅନୁଷ୍କା ଏବଂ କର୍ନେଶ କ୍ଲିନ୍ ସ୍‌ଲେଟ୍ ଫିଲ୍ମସ୍ ନାମକ ଏକ ପ୍ରଡକ୍ସନ୍ ହାଉସ୍ ଚଳାଉଛନ୍ତି । ୨୦୨୦ ରେ ସେ ନେଟଫ୍ଲିକ୍ସ ପାଇଁ ଫିଲ୍ମ ‘ବୁଲବୁଲ’ କରିଥିଲେ । ଏଥିରେ ତୃପ୍ତି ଡିମ୍ରିଙ୍କର ମୁଖ୍ୟ ଭୂମିକା ଥିଲା । ଏହି ଫିଲ୍ମଟିକୁ ଖୁବ୍ ପ୍ରଶଂସା କରାଯାଇଥିଲା । ଅନୁଷ୍କା ଶର୍ମାଙ୍କୁ ଶେଷ ଥର ପାଇଁ ୨୦୧୮ ରେ ରିଲିଜ୍ ହୋଇଥିବା ଫିଲ୍ମ ‘ଜିରୋ’ରେ ଦେଖିବାକୁ ମିଳିଥିଲା । ତାଙ୍କ ସହ ଶାହରୁଖ ଖାନ ଏବଂ କ୍ୟାଟ୍ରିନା କୈଫ ଏହି ଫିଲ୍ମର ମୁଖ୍ୟ ଭୂମିକାରେ ଥିଲେ । ଫିଲ୍ମଟି ବକ୍ସ ଅଫିସରେ ଫ୍ଲପ୍ ହୋଇଥିଲା । ଏହା ପରେ ଅନୁଷ୍କା ତାଙ୍କ ପ୍ରଡକ୍ସନ୍ ହାଉସ୍ ସହିତ ବ୍ୟସ୍ତ ରହିଥିଲେ ।

hiranchal ad1
Leave A Reply

Your email address will not be published.

eighteen + four =