୧୦୦ କୋଟିର ବଟି ମାମଲା : ଦେଶମୁଖୀଙ୍କୁ ସିବିଆଇର ୮ ଘଣ୍ଟା ଜେରା

0 53

ମୁମ୍ବାଇ : ପୂର୍ବତନ ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନିଲ ଦେଶମୁଖଙ୍କୁ ବୁଧବାର ସିବିଆଇ ପଚରା ଉଚରା କରିଛନ୍ତି । ଏଥିପାଇଁ ଦେଶମୁଖ ସିବିଆଇ କାର୍ଯ୍ୟାଳୟରେ ପୂର୍ବାହ୍ନ ୧୦ଟାରେ ପହଞ୍ଚିଥିବା ବେଳେ ତାଙ୍କୁ ଦୀର୍ଘ ୮ ଘଣ୍ଟା ଧରି ପଚରା ଉଚରା କରାଯାଇଛି । ତେବେ ତାଙ୍କ ବିରୋଧରେ ମୁମ୍ବାଇ ପୋଲିସର ପୂର୍ବତନ କମିଶନର ଆଣିଥିବା ଅଭିଯୋଗ ନିରାଧାର ଓ ରାଜ୍ୟର ମହାବିକାଶ ଅଘାଡି (ଏମଭିଏ) ସରକାରଙ୍କୁ ବଦନାମ କରିବା ଲାଗି ବୋଲି ସେ କହିଛନ୍ତି । ପୂର୍ବତନ ପୋଲିସ କମିଶନର ପରମବୀର ସିଂହ ରାଜ୍ୟ ଗୃହମନ୍ତ୍ରୀ ମହାରାଷ୍ଟ୍ର ପୋଲିସକୁ ୧୦୦ କୋଟି ଟଙ୍କା ବଟି ଆଦାୟ ନିର୍ଦ୍ଦେଶ ଦେଇଥିଲେ ବୋଲି ଏକ ଜନସ୍ୱାର୍ଥ ମାମଲାରେ ବମ୍ବେ ହାଇକୋର୍ଟଙ୍କୁ ଅଭିଯୋଗ କରିଥିଲେ । ମାମଲାର ସିବିଆଇ ତଦନ୍ତ ଦାବି ମଧ୍ୟ କରିଥିଲେ । ସେହି ଅନୁସାରେ କୋର୍ଟ ମାମଲାର ସିବିଆଇ ତଦନ୍ତ ନିର୍ଦ୍ଦେଶ ଦେଇଥିବା ବେଳେ ୧୫ ଦିନ ମଧ୍ୟରେ ପ୍ରାରମ୍ଭିକ ରିପୋର୍ଟ ଦାଖଲ କରିବ ସିବିଆଇ । ସେହି ଅନୁସାରେ ସିବିଆଇ ପୂର୍ବତନ ଗୃହମନ୍ତ୍ରୀଙ୍କୁ ପଚରାଉଚରା ଲାଗି ହାଜର ହେବା ନିମନ୍ତେ ନିର୍ଦ୍ଦେଶ ଦେଇଥିବା ବେଳେ ସେ ବୁଧବାର ହାଜର ହୋଇଥିଲେ । ଏସପି ସ୍ତରର ଅଧିକାରୀ ମାନେ ତାଙ୍କୁ ପଚରା ଉଚରା କରିଥିବା ବେଳେ ସେ ତାଙ୍କ ବିରୋଧରେ ଆଗତ ଅଭିଯୋଗକୁ ଟାଳି ଯାଇଛନ୍ତି । ତେବେ ମାମଲାରେ ତାଙ୍କୁ ପୁଣି ପଚରା ଉଚରାକୁ ଡକା ଯିବକି ନା ତଦନ୍ତକାରୀ ସଂସ୍ଥାନ ସେ ନେଇ କୌଣସି ସୂଚନା ଦେଇ ନାହାନ୍ତି । ତେବେ ମାମଲାର ତଦନ୍ତରେ ସିବିଆଇ ଏପର୍ଯ୍ୟନ୍ତ ଦେଶମୁଖଙ୍କୁ ମିସାଇ ମୋଟ ୯ ଜଣଙ୍କୁ ପଚରା ଉଚରା କଲାଣି । ଏଥିରେ ଦେଶମୁଖ, ତାଙ୍କର ୨ ବ୍ୟକ୍ତିଗତ ସହାୟକ ସଞ୍ଜିବ ପଲାନ୍ଦେ ଓ କୁନ୍ଦନ ସିନ୍ଦେ, ଅଭିଯୋଗକାରୀ ପରମବୀର ସିଂହ, ଡିସିପି ରାଜୁ ଭୁଜବଲ, ଏସିପି ସଞ୍ଜୟ ପାଟିଲ, ଏପିଆଇ ସଚ୍‌ଚିନ ବାଜେ ଓ ତାଙ୍କର ୨ ଜଣ ବାହନ ଚାଳକ ସିବିଆଇ ପଚରାଉଚରାର ସମ୍ମୁଖୀନ ହୋଇଛନ୍ତି । ପ୍ରକାଶଥାଉ କି, ଏହି ବଟି ମଗାକୁ ନେଇ ବିବାଦ ସୃଷ୍ଟି ହେବାପରେ ଦେଶମୁଖଙ୍କୁ ସରକାରରୁ ବହିଷ୍କାର କରିବା ଲାଗି ବିରୋଧୀ ଦଳ ଦାବି କରିଥିଲେ । ତେବେ ତାଙ୍କୁ ସଙ୍ଗେ ସଙ୍ଗେ ବିଦା କରାଯାଇନଥିଲା । ତେବେ ଏହାକୁ ନେଇ ବିବାଦ ଗୁରୁତର ରୂପ ଧାରଣ କରିଥିଲା । ପରିସ୍ଥିତିର ଗୁରୁତ୍ୱକୁ ଅନୁଭବ କରି ପରେ ସେ ତାଙ୍କ ପଦରୁ ଇସ୍ତଫା ଦେଇଥିଲେ । ଏବେ ତଦନ୍ତ ପ୍ରକ୍ରିୟା ଜାରି ରହିଛି ।

hiranchal ad1
Leave A Reply

Your email address will not be published.

2 × 1 =