ଅନନ୍ୟାଙ୍କ ସହ ବିଚ୍‌ରେ କଫି ପିଇବାକୁ ଚାହାଁନ୍ତି ଏହି ଯୁବ କ୍ରିକେଟର

0 57

ନୂଆଦିଲ୍ଲୀ : ରାଜସ୍ଥାନ ରୟାଲ୍ସର ଦ୍ରୁତ ବୋଲର ଚେତନ ସକାରିଆ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ୍‌)ରେ ନିଜର ପ୍ରଥମ ମ୍ୟାଚ୍‌ରେ ଦମଦାର ବୋଲିଂ କରିଛନ୍ତି । ଆଇପିଏଲର ୧୪ଶ ସଂସ୍କରଣରେ ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ୩ ୱିକେଟ୍ ନେଇଛନ୍ତି । ପଦାର୍ପଣ ମ୍ୟାଚ୍‌ରେ ଆକର୍ଷଣୀୟ ବୋଲିଂ କରିବା ପରେ ଏବେ ସକାରିଆଙ୍କ ଇଚ୍ଛା ବଲିଉଡ ଅଭିନେତ୍ରୀ ଅନନ୍ୟା ପାଣ୍ଡେଙ୍କ ସହିତ ଡେଟ୍‌ରେ ଯିବା । ରାଜସ୍ଥାନ ରୟାଲ୍ସ ନିଜର ଟ୍ୱିଟର ହ୍ୟାଣ୍ଡେଲ୍‌ରେ ଏକ ଭିଡିଓ ଅପଲୋଡ୍ କରିଛି, ଯେଉଁଥିରେ ଦ୍ରୁତ ବୋଲର ଆକାଶ ସିଂହ ଓ ଚେତନ ସକାରିଆ ନିଜ ନିଜର ଇଣ୍ଟରଭ୍ୟୁ ନେଉଥିବା ଦେଖିବାକୁ ମିଳିଛି । ଆକାଶ ସିଂହ ସକାରିଆଙ୍କୁ ପଚାରିଛନ୍ତି ଯେ, ସେ ବଲିଉଡ୍‌ର କେଉଁ ଅଭିନେତ୍ରୀଙ୍କୁ ଡେଟ୍‌ରେ ନେବାକୁ ଚାହିଁବେ ।

hiring

ଆକାଶଙ୍କ ଏହି ପ୍ରଶ୍ନର ଉତ୍ତରରେ ସକାରିଆ ଅନନ୍ୟା ପାଣ୍ଡେଙ୍କ ନାଁ ନେଇଥିଲେ । ସେ କହିଛନ୍ତି ଅନନ୍ୟା ବହୁତ ସୁନ୍ଦର । ତାଙ୍କ ସହ କୌଣସି ବିଚ୍‌ରେ କଫିର ମଜା ନେବାକୁ ଚାହିଁବି ବୋଲି ସକାରିଆ କହିଛନ୍ତି ।
ଚେତନ ସକାରିଆ ମୁମ୍ବାଇର ୱଙ୍ଖେଡା ଷ୍ଟାଡିୟମରେ ଖେଳା ଯାଇଥିବା ପଞ୍ଜାବ କିଙ୍ଗ୍ସ ବିପକ୍ଷ ମ୍ୟାଚ୍‌ରେ ୪ ଓଭରରେ ୩୧ ରନ ଦେଇ ୩ ୱିକେଟ୍ ନେଇଥିଲେ । ରାଜସ୍ଥାନ ରୟାଲ୍ସ ସକାରିଆଙ୍କୁ ଆଇପିଏଲ୍ ନିଲାମରେ ଏକ କୋଟି ୨୦ ଲକ୍ଷ ଟଙ୍କାରେ କିଣିଥିଲା । ସୌରାଷ୍ଟ୍ରର ସକାରିଆ ଆଇପିଏଲ୍‌ର ଗତ ସିଜିନରେ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ସହ ନେଟ୍ ବୋଲର ଭାବେ ଥିଲେ । ଚେତନ ୧୫ଟି ପ୍ରଥମ ଶ୍ରେଣୀ କ୍ରିକେଟ୍ ମ୍ୟାଚ୍ ଖେଳି ୪୧ ଓ୍‌ବିକେଟ୍ ନେଇଛନ୍ତି । ୭ ଲିଷ୍ଟ ଏ ମ୍ୟାଚ୍‌ରେ ୧୦ ୱିକେଟ୍ ନେଇଛନ୍ତି । ଏହା ବ୍ୟତୀତ ସକାରିଆ ୧୭ଟି ଟି-୨୦ ମ୍ୟାଚ୍‌ରୁ ୩୧ ୱିକେଟ୍ ନେଇଛନ୍ତି । ସୂଚନାଯୋଗ୍ୟ ଯେ, ସକାରିଆଙ୍କ ପିଲାଦିନ ଖୁବ୍ ଅଭାବ ଅନାଟନରେ ଗତି କରିଥିଲେ । ନିକଟରେ ତାଙ୍କର ଭାଇ ଆତ୍ମହତ୍ୟା କରିଥିଲେ । ଏହି ଖବର ତାଙ୍କୁ ମଧ୍ୟ ଲୁଚା ଯାଇଥିଲୋ ସେ ସେହି ସମୟରେ ସୟଦ ମୁସ୍ତାକ ଅଲ୍ଲି କ୍ରିକେଟ ଟୁର୍ଣ୍ଣାମେଣ୍ଟ ଖେଳୁଥିଲେ ।

hiranchal ad1
Leave A Reply

Your email address will not be published.

1 × one =