ସେମିଷ୍ଟାର୍ ପରୀକ୍ଷାକୁ ବ୍ଲେଣ୍ଡଡ ପଦ୍ଧତିରେ ଆୟୋଜିତ କରିବା ନିମନ୍ତେ ଫୁଲବାଣୀ ସ୍ଵଂୟ ଶାସିତ ମହାବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଧାରଣା

0 231

ଫୁଲବାଣୀ,୧୫/୪ – କରୋନା ମହାମାରୀ ସମୟରେ ଆଗାମୀ ୧୯ ଏପ୍ରିଲ ରୁ ଅନୁଷ୍ଠିତ ହେବା କୁ ଯାଉଥିବା ଅଫ ଲାଇନ୍ ପଦ୍ଧତିରେ ସେମିଷ୍ଟାର୍ ପରୀକ୍ଷା କୁ ବ୍ଲେଣ୍ଡଡ ପଦ୍ଧତିରେ (ଉଭୟ ଅଫ ଲାଇନ ଓ ଅନ୍ ଲାଇନ୍) ଆୟୋଜିତ କରିବା ନିମନ୍ତେ ଆଜି ଫୁଲବାଣୀ ସ୍ଵଂୟ ଶାସିତ ମହାବିଦ୍ୟାଳୟର ମୁଖ୍ୟ ଫାଟକ ଏବଂ ଫୁଲବାଣୀ ର ମୁଖ୍ୟ ଜାତୀୟ ରାଜପଥରେ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ନେତୃତ୍ବରେ ବିଦ୍ୟାର୍ଥୀ ମାନେ ଧାରଣା ଦେବା ସହ ମହାବିଦ୍ୟାଳୟ କର୍ତ୍ତୃପକ୍ଷ, ଏବଂ କନ୍ଧମାଳ ଜିଲ୍ଲାପାଳଙ୍କୁ ଦାବି ପ୍ରଦାନ କରିଛନ୍ତି l ଏହି ଧାରଣା ରେ ଜିଲ୍ଲା ପ୍ରମୁଖ ଶିବାଶିଷ ପଣ୍ଡା , ଜିଲ୍ଲା ସଂଯୋଜକ ଦିବ୍ୟରଞ୍ଜନ ଡାକୁଆ ,ଫୁଲବାଣୀ ନଗର ବିସ୍ତାରକ ଟୁକୁନା ମଲ୍ଲିକ ଏବଂ ବିଦ୍ୟାର୍ଥୀ ପରିଷଦର ବହୁ କାର୍ଯ୍ୟକର୍ତ୍ତା ଉପସ୍ଥିତ ଥିଲେ।

hiranchal ad1
Leave A Reply

Your email address will not be published.

thirteen + nineteen =