ବୌଦ୍ଧ: ଆଜି ଜିଲ୍ଲାରେ ୧୦ କରୋନା ପଜିଟିଭ ଚିହ୍ନଟ

0 1,919

ବୌଦ୍ଧ,୧୫/୪- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୧୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଆଜିର ନୂତନ ୧୦ କରୋନା ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ବର୍ତ୍ତମାନ ସୁଦ୍ଧା ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୫୨ ରେ ପହଞ୍ଚିଛି । ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଯେଉଁ ୧୦ ଜଣ ନୂତନ ଭାବେ ଚିହ୍ନଟ ହୋଇଛନ୍ତି ସେମାନଙ୍କ ଆର.ଟି.ପି.ସି.ଆର. ପରୀକ୍ଷା ପାଇଁ ଗତ ୮ ତାରିଖରୁ ନମୁନା ପଠାଯାଇଥିଲା । ସେମାନଙ୍କ ୫ ଜଣଙ୍କ ପଜିଟିଭ ରିପୋର୍ଟ ଆସିଛି । ସେମାନଙ୍କ ମଧ୍ୟରୁ ବୌଦ୍ଧବ୍ଲକ୍‌ ବଢିଗାଁ ପଂଚାୟତର ୩ ଜଣ, ବୌଦ୍ଧ ସହର ଓ ହରଭଙ୍ଗା ବ୍ଲକ୍‌ ସଙ୍କୁଲେଇ ଗ୍ରାମ ପଞ୍ଚାୟତ ଅଂଚଳରୁ ୧ ଜଣ ଲେଖାଏଁ ଅଛନ୍ତି । ସେହିପରି ଗତ ୧୨ ତାରିଖରେ ୩ ଜଣ ନୂତନ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ବାମଣ୍ଡା ଓ ୨ ଜଣ ବଢିଗାଁ ଗ୍ରାମ ପଞ୍ଚାୟତର ବୋଲି ସିଡିଏମଓ ଡାକ୍ତର ତ୍ରିଲୋଚନ ପ୍ରଧାନଙ୍କ ସୂତ୍ରରୁ ପ୍ରକାଶ । ଅନ୍ୟ ୨ ଜଣ ଜିଲ୍ଲା ବାହାରେ ପରୀକ୍ଷା କରାଇ ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ପୁରୁଣା ପଜିଟିଭ କେଶକୁ ଆଜି ରାଜ୍ୟସ୍ତରରୁ ସୁଚନା ଦେଇଛନ୍ତି ବୋଲି ସିଡିଏମଓ ଡାକ୍ତର ପ୍ରଧାନ କହିଥିଲେ ।

hiranchal ad1
Leave A Reply

Your email address will not be published.

2 × two =