କମିରାରେ ଗୋଷ୍ଠୀ ଶୌଚାଳୟ ଉଦଘାଟିତ

0 312

ଜହ୍ନାପଙ୍କ: ବୌଦ୍ଧ ବ୍ଳକ ମୁଣ୍ଡାପଡା ପଞ୍ଚାୟତ ଅନ୍ତର୍ଗତ କମିରାରେ ନିର୍ମାଣ କରାଯାଇଥିବା ମହିଳା, ପୁରୁଷ ଓ ଦିବ୍ୟାଙ୍ଗଙ୍କ ପାଇଁ ସାଢେ ୪ ଲକ୍ଷ ଟଙ୍କାରେ ନିର୍ମିତ ତିନୋଟି ଗୋଷ୍ଠୀ ଶୌଚାଳୟକୁ ଆଜି ମୁଣ୍ଡାପଡା ସରପଞ୍ଚ ବିଦ୍ୟାଧର ସ୍ୱାଇଁଙ୍କ କରକମଳରେ ଉଦଘାଟିତ ହୋଇଯାଇଛି । ଏଥିରେ ସମ୍ମାନିତ ଅତିଥି ଭାବେ ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ନବୀନ ପ୍ରଧାନ, ଅଙ୍ଗନବାଡି କର୍ମୀ ଅନିତା ଦାସ, ଆଶା କର୍ମୀ ପ୍ରମୋଦିନୀ ସିଂହ, ସିଆରପି ଗୀତାଞ୍ଜଳୀ ନାଏକ, ପଞ୍ଚାୟତ ସ୍ୱଚ୍ଛ ଭାରତ ମୋଟିଭେଟର ସୁମନ୍ତ ନାଏକ, ୱାର୍ଡ ସଭ୍ୟ ବୁଲୁ ଭୋକ୍ତା ଯୋଗଦେଇଥିଲେ । ଏହି ଶୌଚାଳୟ ହେବା ଦ୍ୱାରା ଖୋଲାରେ ମଳ ତ୍ୟାଗ ବନ୍ଦ ହେବା ସହିତ ପରିବେଶ ସ୍ୱଚ୍ଛ ରହିବ ବୋଲି ଶ୍ରୀ ସ୍ୱାଇଁ ତାଙ୍କ ବକ୍ତବ୍ୟରେ କହିଥିଲେ । କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠୀର ମହିଳା ମାନେ ଯୋଗଦେଇଥିଲେ ।

hiranchal ad1
Leave A Reply

Your email address will not be published.

11 − 4 =