ଦଣ୍ଡ ଯାତ୍ରା ଯୋଗୁଁ ଗାଆଁ ଗାଆଁରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମାହୋଲ

0 3,173

hiring

ବୌଦ୍ଧ,୧/୪ – ବୌଦ୍ଧ ହେଉଛି ଦଣ୍ଡ ଯାତ୍ରାର ଉତ୍ପତିସ୍ଥଳ l ପଣା ସଂକ୍ରାନ୍ତିର 21, 16 କିମ୍ବା 13 ଦିନ ପୂର୍ବରୁ ବିଭିନ୍ନ ଶୈବ ପୀଠରୁ ଦଣ୍ଡଯାତ୍ରା ଦଳମାନେ ବାହାରି ପଣା ସଂକ୍ରାନ୍ତି ଦିନ ଯାତ୍ରାର ଉଦଯାପନ କରିଥାଆନ୍ତି l ଗତବର୍ଷ ଲକ ଡାଉନ ଯୋଗୁଁ ଦଣ୍ଡଯାତ୍ରା ବନ୍ଦ ରହିଥିବା ବେଳେ ଚଳିତବର୍ଷ କୋଭିଡ୍ କଟକଣା ସତ୍ବେ ମଧ୍ୟ ଜିଲ୍ଲାର ଅନେକ ଦଣ୍ଡଯାତ୍ରା ଦଳ ସେମାନଙ୍କ ପାରମ୍ପରିକ ଯାତ୍ରା ଆରମ୍ଭ କରିଥିବା ଦେଖିବାକୁ ମିଳୁଛି l ପଣା ସଂକ୍ରାନ୍ତିକୁ ଆଉ ମାତ୍ର 13 ଦିନ ବାକି ଥିବାରୁ 13 ଦିନିଆ ଦଣ୍ଡ ଯାତ୍ରା ଗୁଡିକ ମଧ୍ୟ ପାରମ୍ପରିକ ପୂଜାବିଧି କରି ଯାତ୍ରା ଆରମ୍ଭ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି l ଫଳରେ ସମଗ୍ର ଜିଲ୍ଲାରେ ବର୍ତ୍ତମାନ ଏକ ଆଧ୍ୟାତ୍ମିକ ଓ ସାଂସ୍କୃତିକ ମାହୋଲ ଦେଖିବାକୁ ମିଳୁଛି l ବନ୍ଦାଣ କରିବା ଠାରୁ ଆରମ୍ଭ କରି ପାଣି ଦଣ୍ଡ ସେବା, ଘାଟ ପୂଜା ଓ ରାତ୍ରୀକାଳୀନ ସାଂସ୍କୃତିକ କାର୍ଯ୍ୟକ୍ରମ ଗ୍ରାମ ଗୁଡିକରେ ଉତ୍ସବର ବାତାବରଣ ସୃଷ୍ଟି କରୁଥିବା ଦୃଶ୍ୟମାନ ହେଉଛି |

hiranchal ad1
Leave A Reply

Your email address will not be published.

thirteen + 19 =