ନିଆଁ ଲାଗି 16 ବଖରା ଘର ଭସ୍ମୀଭୂତ

0 2,090

hiring

ବୌଦ୍ଧ,୩୧/୩- ବୈାଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତ ବୁଟୁମୁଣ୍ଡା ଗ୍ରାମରେ ଆଜି ଅପରାନ୍ହରେ ଅଗ୍ନିକାଣ୍ଡ ଘଟି 10 ଟି ପରିବାରର 16 ବଖରା ଘର ଭସ୍ମୀଭୂତ ହୋଇ ଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 1 ଘଣ୍ଟା ସମୟରେ କଣ୍ଟାମାଳ ବ୍ଲକ ଖଟଖଟିଆ ଗ୍ରାମ ପଞ୍ଚାୟତ ବୁଟୁମୁଣ୍ଡା ଗ୍ରାମରେ ହଠାତ୍ ଅଗ୍ନିକାଣ୍ଡ ଘଟି ଥିଲା l ପ୍ରବଳ ଖରା ତାତିରେ ଓ ତତଲା ପବନ ଝାସରେ ନିଆଁକୁ ଆୟତ୍ତ କରିବା କଷ୍ଟକର ହୋଇ ପଡିଥିବା ବେଳେ 10 ଗୋଟି ପରିବାର ର 16 ବଖରା ଘର ଜଳି ପୋଡି ଭସ୍ମୀଭୂତ ହୋଇ ଯାଇଥିବା ଦେଖିବାକୁ ମିଳିଛି l ଖବର୍ ପାଇ କଣ୍ଟାମାଳ ଦମକଳ ବାହିନୀ ପହଂଚି ନିଆଁକୁ ଆୟତ୍ତ କରିଥିଲେ | ଗ୍ରାମର ଅନ୍ତରାମ ପ୍ରଧାନ, ହାଡ଼ିବନ୍ଧୁ ପ୍ରଧାନ ସୁଶୀଲ ନାଏକ ଓ ଶୁକୃ ପ୍ରଧାନ, ପ୍ରକାଶ ପ୍ରଧାନଙ୍କ 3 ବଖରା ଲେଖାଏଁ, ଭାଗିରଥୀ ପ୍ରଧାନ, ଲକ୍ଷ୍ମଣ ପ୍ରଧାନ, ଗଦାଧର କୁଶଳ, ମାଗୁଣିଆ କୁଶଳଙ୍କ ଗୋଟିଏ ଲେଖାଏଁ ବଖରା ଘର ଓ କନ୍ଦର୍ପ କୁଶଲଙ୍କ 2 ବଖରା ଘର ପୋଡି ଯାଇଛି | ଘର ମଧ୍ୟରେ ଥିବା ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ, ଆସବାବପତ୍ର, ଖାଦ୍ୟଶସ୍ୟ ଓ ମୂଲ୍ୟବାନ ସାମଗ୍ରୀ ପୋଡି ଭସ୍ମୀଭୂତ ହୋଇ ଯାଇଛି | କ୍ଷତିର ପରିମାଣ ପ୍ରାୟ 15 ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି ଆକଳନ କରାଯାଉଛି l ଲୋକେ ଧାନ ବିଲ ନଡ଼ାରେ ନିଆଁ ଲଗାଇ ଦେଉଥିବା ଯୋଗୁଁ ପବନରେ ନିଆଁ ଝୁଲ ଉଡି ଆସି ଅଗ୍ନିକାଣ୍ଡ ଘଟିଥିବା ଆଲୋଚନା ହେଉଛି | ସମସ୍ତ ପରିବାର ଅତି ଗରିବ ଶ୍ରେଣୀର ଲୋକ ହୋଇଥିବାରୁ ସରକାର ଆବଶ୍ୟକ ସହାୟତା ଯୋଗାଇ ଦେବା ସହିତ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଘର ଯୋଗାଇ ଦେବାକୁ ଜନସାଧାରଣରେ ଦାବି ହେଉଛି |

hiranchal ad1
Leave A Reply

Your email address will not be published.

seven − two =