ରେବିଙ୍ଗିଆ ଜଙ୍ଗଲରୁ ନର କଙ୍କାଳ ଉଦ୍ଧାର ଘଟଣା, ୩ ହତ୍ୟାକାରୀଙ୍କୁ ଗିରଫ କଲା ବାଲିଗୁଡ଼ା ପୋଲିସ

0 207

ବାଲିଗୁଡ଼ା,୩୧/୩: କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ଥାନା ରେବିଙ୍ଗିଆ କୁଟିଗୁଡ଼ା ଗ୍ରାମର ଟିକୁନ ଗୌଡ଼ ନାମକ ଜଣେ ବ୍ୟକ୍ତିଙ୍କୁ ହତ୍ୟାକରି ଜଙ୍ଗଲରେ ପୋତି ଦେଇଥିଲେ ହତ୍ୟାକାରୀ । ଘଟଣାରେ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ୍‌ । ଗିରଫ ତିନିଜଣ ଅଭିଯୁକ୍ତ ମୃତକଙ୍କ ସଂପର୍କୀୟ ପଡ଼ିଗାଁର ଅଜୁ ବଗର୍ତ୍ତିର୍ି, ବିପିନ ବଗର୍ତ୍ତି ଓ ଭଇରା ଗୌଡ଼ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଏଭଳି ହତ୍ୟାକାଣ୍ଡ ଘଟିଥିବା ପୋଲିସ୍‌ ପକ୍ଷରୁ ସୂଚନା ମିଳିଛି । ଘଟଣା ପ୍ରକାରେ ଏକ ଭୋଜିକୁ ଯାଇ ଫେବୃଆରୀ ୨୨ ତାରିଖ ରାତିରୁ ନିଖୋଜ ଥିଲେ ଟିକୁନ ଗୌଡ଼ । ପରିବାର ଲୋକେ ବହୁତ ଖୋଜାଖୋଜି କରି ଟିକୁନ ଗୌଡ଼ଙ୍କୁ ନପାଇ ମାର୍ଚ୍ଚ ୪ ତାରିଖରେ ପରିବାର ପକ୍ଷରୁ ବାଲିଗୁଡ଼ା ଥାନାରେ ଅଭିଯୋଗ ହୋଇଥିଲା । ମାର୍ଚ୍ଚ ୨୪ ତାରିଖରେ ରେବିଙ୍ଗିଆ ଅଞ୍ଚଳର କିଛି ଲୋକ ତୁଲିପାଜୁ ଜଙ୍ଗଲକୁ ମହୁଲ ଗୋଟେଇବାକୁ ଯାଇଥିବା ବେଳେ ଜଙ୍ଗଲରେ ଦୁର୍ଗନ୍ଧ ପାଇ ଅଞ୍ଚଳବାସୀଙ୍କୁ ଜଣାଇଥିଲେ । ଏହାପରେ ନିଖୋଜ ବ୍ୟକ୍ତିଙ୍କ ପରିବାର ଲୋକେ ଏବିଷୟରେ ଖବରପାଇ ପୋଲିସକୁ ଖବର ଦେଇଥିଲେ । ପରିବାର ଲୋକଙ୍କଠାରୁ ଖବରପାଇ ମାର୍ଚ୍ଚ ୨୫ ତାରିଖରେ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହ ଘଟଣାସ୍ଥଳରେ ପହଁଚି ଛାନଭିନ୍‌ ଆରମ୍ଭ କରିଥିଲା ପୋଲିସ୍‌ ଏବଂ ମାଟି ତଳୁ କଙ୍କାଳକୁ ଉଦ୍ଧାର କରାଯାଇଥିଲା ।

hiring

କଙ୍କାଳରେ ଥିବା ସାର୍ଟ, ଲୁଙ୍ଗି ଓ ଗାମୁଛାକୁ ଦେଖି ପରିବାର ଲୋକେ ଏହା ନିଖୋଜ ଟିକୁନ ଗୌଡ଼ର କଙ୍କାଳ ବୋଲି ଚିହ୍ନଟ କରିଥିଲେ । ଏହାପରେ ପୋଲିସ୍‌ ସନ୍ଧାନୀ କୁକୁର ଓ ସାଇଣ୍ଟିଫିକ୍‌ ଟିମ୍‌ ସହାୟତାରେ ତଦନ୍ତ ଯୋରଦାର୍‌ କିରିଥିଲା ଏବଂ ହତ୍ୟାକାଣ୍ଡରେ ସଂପୃକ୍ତ ତିନିଜଣ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସକ୍ଷମ ହୋଇଛି ପୋଲିସ । ଏଥିସହିତ ହତ୍ୟାରେ ବ୍ୟବହୃତ ରମ୍ପା, ଗଇଁତି ଓ ଗୋଟିଏ କାଠକୁ ଜବତ କରିଛି ପୋଲିସ । ଏନେଇ ଆଜି ବାଲିଗୁଡ଼ା ଏସଡିପିଓ ମନୋଜ ପୂଜାରୀ ପ୍ରେସ ବିଜ୍ଞପ୍ତି ମାଧ୍ୟମରେ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

5 − one =