ନିଆଁଲାଗି ଦୁଇ ବଖରା ଭସ୍ମୀଭୂତ

0 180

ବୌଦ୍ଧ/ଜହ୍ନାପଙ୍କ,୩୧/୩- ବୌଦ୍ଧବ୍ଳକ ବଢ଼ିଗାଁର ହିମାଂଶୁ ସ୍ୱାଇଁଙ୍କ ଘରେ ଆଜି ସକାଳ ପ୍ରାୟ ସାଢେ ସାତଟାରେ ନିଆଁ ଲାଗି ଦୁଇ ବଖରା ଘର ପୋଡି ପାଉଁଶ ହୋଇଯାଇଛି । ସୂଚନାଯୋଗ୍ୟ ଯେ ଏହି ଘରକୁ ସେ ବରୁଣ ସ୍ୱାଇଁଙ୍କୁ ଭଡାରେ ଦେଇଥିଲେ ଏବଂ ସେ କୁକୁଡ଼ା ବ୍ୟବସାୟ କରୁଥିଲେ । ଏହି ଅଗ୍ନିକାଣ୍ଡରେ ପ୍ରାୟ ୩୦ ରୁ ଉର୍ଦ୍ଧ୍ୱ କୁକୁଡ଼ା ଜୀବନ୍ତ ଦଗ୍ଧ ହୋଇଥିବା ଜଣାପଡିଛି । ବୌଦ୍ଧ ଦମକଳ ବାହିନୀ ପହଞ୍ଚିଲାବେଳକୁ ସବୁ ପୋଡି ପାଉଁଶ ହୋଇଯାଇଛି । ସେ ଜଣେ ଗରିବ ଶ୍ରେଣୀର କୁକୁଡ଼ା ବିକି ପରିବାର ପୋଷୁଥିଲେ । ତୁରନ୍ତ ତାଙ୍କୁ ଆର୍ଥିକ ସହାୟତା ଯୋଗାଇଦେବାକୁ ଗ୍ରାମବାସୀ ଦାବି କରିଛନ୍ତି ।

hiranchal ad1
Leave A Reply

Your email address will not be published.

fifteen + 5 =